ବାରିପଦା : ମୟୁରଭଞ୍ଜ ଜିଲ୍ଲା ବିଜାତଳା ଏସ୍ ଏସ ଡି ବାଳିକା ଉଚ୍ଚ ବିଦ୍ୟାଳୟରେ ସାର୍ନା ଅଲ୍ ଇତୁନ୍ ଆଶ୍ରା ଅନୁଷ୍ଠାନ ତରଫରୁ ଅଲଚିକି ପରୀକ୍ଷାରେ ୨୦୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।
ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଗ୍ରୀଷ୍ମକାଳୀନ ଅଲଚିକି ପରୀକ୍ଷା ସଫଳତାର ସହ ଅନୁଷ୍ଠିତ ହୋଇଛି। ଆସେକା ରାଇରଙ୍ଗପୁର ର ନେତୃତ୍ୱରେ ଆୟୋଜିତ ଏହି ପରୀକ୍ଷାରେ ସାର୍ନା ଅଲ ଇତୁନ ଆଶ୍ଳା ବାଘିଆଟାଙ୍ଗର ର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ପରୀକ୍ଷାଟି ବିଜାତଳା ଏସ୍ଏସ୍ଡି ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ତିନି ଦିନ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପରୀକ୍ଷା ଗତ କାଲି ରୁ ଆରମ୍ଭ ହୋଇଅଛି l ଆସନ୍ତା କାଲି ରବିବାର ଦିନ ଶେଷ ପରୀକ୍ଷା ହେବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଅଛି l
