Cm 3 e1780761385264 300x166

ଚାଲିଛି ସୁଭଦ୍ରା ହିତାଧିକାରୀଙ୍କ ସ୍କିଲ ମ୍ୟାପିଂ, ୬୦ ବର୍ଷ ଟପିଲେ ଭତ୍ତା ପୋର୍ଟାଲକୁ ଆପେ ଯିବ ନାଁ

ରାଜ୍ୟ

ଭୁବନେଶ୍ୱର : ସୁଭଦ୍ରା ହିତାଧିକାରୀଙ୍କ ସ୍କିଲ ମ୍ୟାପିଂ ହେଉଛି  ।  ଯାହା ପାଖରେ ଦକ୍ଷତା ଥିବ ଏଆଇ ଆଧାରରେ ଅନୁଧ୍ୟାନ କରି ଅନ୍ୟ ବିଭାଗ ସହ ମିଶି ମହିଳାଙ୍କ ଅର୍ଥନୈତିକ ପ୍ରଗତି ପାଇଁ କାମ କରାଯିବ ।   ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  ।

ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ବ୍ୟବସ୍ଥାରେ ଲକ୍ଷ ପତି ଦିଦି ଯେମିତି ସୃଷ୍ଟି କରାଯାଇଛି, ସେମିତି ସୁଭଦ୍ରା ହିତାଧିକାରୀଙ୍କ ଅର୍ଥନୈତିକ ପ୍ରଗତି ପାଇଁ ବିଭିନ୍ନ ବିଭାଗ ସହ ଯୋଡି ହୋଇ ଉଦ୍ୟୋଗୀ ସୃଷ୍ଟି କରିବାକୁ ଚୁକ୍ତିନାମା ହୋଇଛି ।  ଯେଉଁ ସୁଭଦ୍ରା ହିତାଧିକାରୀ ୬୦ ବର୍ଷ ବୟସ ଟପିବେ ।  ସେମାନଙ୍କ ନାଁ ଆପେ ଆପେ ଭତ୍ତା ପୋର୍ଟାଲକୁ ଯିବ ।  ସେନେଇ ପ୍ରୋସେସିଂ ଚାଲିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।