ବାରିପଦା : ଖାଉଟି ସାମଗ୍ରୀ, ପେଟ୍ରୋଲ, ଡିଜେଲ ସମେତ ନିତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ବିରୋଧରେ ଏବଂ ସାଧାରଣ ଜନତାଙ୍କ ଉପରେ ବଢୁଥିବା ଆର୍ଥିକ ବୋଝା ପ୍ରତିବାଦରେ ଆଜି ମୟୂରଭଞ୍ଜ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ଜନ ଆକ୍ରୋଶ ରାଲି ଅନୁଷ୍ଠିତ ହୋଇଅଛି । ଜିଲ୍ଲା ବିଜେଡି ସଭାପତି ଶ୍ରୀ ସୁଦାମ ମାର୍ଣ୍ଡି ଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ ଓ ସାଧାରଣ ଜନତା ରାଲିରେ ସାମିଲ ହୋଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରି ପ୍ରତିବାଦ ପ୍ରଦର୍ଶନ କରିଥିଲେ।
ଏହି ସଭାକୁ ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ସାନନ୍ଦ ମାର୍ଣ୍ଡି* ପରିଚାଳନା କରିଥିଲେ। ଏଥିରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ପୂର୍ବତନ ବିଧାୟକ ଶ୍ରୀ ଶ୍ରୀନାଥ ଶରେନ, ଶ୍ରୀ ଗଣେଶ୍ୱର ପାତ୍ର, ଶ୍ରୀ ରାଜକିଶୋର ଦାସ, ମୟୂରଭଞ୍ଜ ସଦର ଜିଲ୍ଲା ସଭାପତି ଡ଼. ଦେବାଶିଷ ମାର୍ଣ୍ଡି, ବାରିପଦା ନଗରପାଳ ଶ୍ରୀ କୃଷ୍ଣାନନ୍ଦ ମହାନ୍ତି, ରାଜ୍ୟ ସମ୍ପାଦକ ଶ୍ରୀ ଜୀତେନ୍ଦ୍ର ମହାନ୍ତି, ଶ୍ରୀ ଦେବାଶିଷ ମହାନ୍ତି, ଶ୍ରୀ ସୁବ୍ରମଣ୍ୟମ ମହାନ୍ତି, ଯୁବ ସଭାପତି ଶ୍ରୀ ଅରୁଣ ବରାଡ, ଛାତ୍ର ସଭାପତି ଶ୍ରୀ ସୁନୀଲ ନାୟକ, ଜୋନାଲ ସଭାପତି ଶ୍ରୀ ଅବଦୁଲ ହବିବ, ସହର ସଭାପତି ଶ୍ରୀ ପ୍ରଭାତ ମହାନ୍ତି, ବରିଷ୍ଠ ନେତା ଶ୍ରୀ ପ୍ରଭାତ ନାୟକ, ଶ୍ରୀ କୃଷ୍ଣ ଦାସ , ଖୁଣ୍ଟା ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ସୁଧନ୍ୟ ନାୟକ, ବଡ଼ସାହି ବ୍ଲକ ଉପାଧ୍ୟାକ୍ଷ କାଞ୍ଚନ ପ୍ରଧାନ, ଓ ଦୟନ ପତି ଙ୍କ ସମେତ ଶତାଧିକ ନେତା ଓ କର୍ମୀ ଯୋଗଦେଇଥିଲେ।
ଜିଲ୍ଲା ପରିଷଦ ସଦସ୍ୟ ଧାନୀ କିସ୍କୁ, ଦୁର୍ଗା ମାର୍ଣ୍ଡି, ଆନନ୍ଦ ଟୁଡୁ, କାଉନସିଲର ବୃନ୍ଦ ଶ୍ରୀ ଅନନ୍ତ ଦାସ, ଶ୍ରୀ ନୀରଜ ସାହୁ, ଶ୍ରୀ ସୁଧୀର ବାରିକ, ଶ୍ରୀ ଶିବ ପାତ୍ର, ଶ୍ରୀମତୀ ଅନୁରାଧା ମହାନ୍ତି, ଶ୍ରୀମତୀ ପ୍ରଭାତୀ ପୃଷ୍ଟି, ଶ୍ରୀମତୀ ଜିତା ସିଂ, ଶ୍ରୀମତୀ ପୂଜା ତରେଇ, ଶ୍ରୀ ଦେବାଶିଷ ପାତ୍ର, ଶ୍ରୀ ରାଜ ଗୁପ୍ତା, ଶ୍ରୀ ଲିଟନ ମହାପାତ୍ର, ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ, ଶ୍ରୀ ଅମର ସେଠୀ, ଶ୍ରୀ କୁମାର ମୁଖୀ, ଶ୍ରୀମତୀ ହେମ୍ବ୍ରମ, ଶ୍ରୀ ତ୍ରିଲୋଚନ ପଣ୍ଡା, ଶ୍ରୀ ପ୍ରଶାନ୍ତ ବେହେରା, ଶ୍ରୀମତୀ ରୀନା ଶର୍ମା, ଶ୍ରୀମତୀ ଦୀପ୍ତିରାଣୀ ପଟ୍ଟନାୟକ, ଶ୍ରୀମତୀ ପ୍ରୀତିନନ୍ଦା କାନୁନଗୋ, ଶ୍ରୀମତୀ ଦୀପ୍ତିଲତା ମିଶ୍ର, ଶ୍ରୀମତୀ ଶ୍ରାବଣୀ ଦାସ, ଶ୍ରୀ ଦିଗବିଜୟ ହାଁସଦା, ଶ୍ରୀମତୀ ଗୀତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ଯୁବ ନେତା ଶ୍ରୀ ଦୀପକ ମଢୁଆଳ, ଶ୍ରୀ ସନ୍ତକ ଲେଙ୍କା, ଶ୍ରୀ ରାଜୀବ ଲଚନ ସେନାପତି, ଶ୍ରୀ ପ୍ରସଞ୍ଜିତ ମହାନ୍ତି, ଶ୍ରୀ ସୁଶାନ୍ତ ପାସା, ଖୁଣ୍ଟା ବ୍ଲକ୍ ସଭାପତି ଶ୍ରୀ ଦିପୁ ମିଶ୍ର, ବାରିପଦା ବ୍ଲକ୍ ସଭାପତି ଶ୍ରୀ ସୁଜିତ ମହାନ୍ତ, ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ରାଜୀବ ଜେନା, ଯୁବ ନେତା ଶ୍ରୀ ରଜନୀକାନ୍ତ ମହାନ୍ତ,ଛାତ୍ର ଜନତା ଦଳ ସାଧାରଣ ସମ୍ପାଦକ ଶ୍ରୀ ଜିତ ପଟ୍ଟନାୟକ, ଶ୍ରୀ ସେକ୍ ହାକିମ, ଶ୍ରୀ ଆଶ୍ରିବାଦ ଦାସ, ଶ୍ରୀ ଚିତେଶ୍ୱର ବେହେରା, ଶ୍ରୀ ରାଜନ ଦାସ, ଶ୍ରୀ ଅମିତ ବଇଠା, ଶ୍ରୀ ଦେବବ୍ରତ ସେନାପତି, ଶ୍ରୀ ମନୀଷ ବେହେରା, ଶ୍ରୀ ରାମଚନ୍ଦ୍ର ବିଶ୍ୱାଳ, ଶ୍ରୀ ଅମରଜିତ ସେଠୀ, ଶ୍ରୀ ଦେବାଶିଷ ଦାସ, ଶ୍ରୀ ନନ୍ଦନ ଭଞ୍ଜ, ଶ୍ରୀ ଅମ୍ବିକା ରାଉତ, ଶ୍ରୀ ମିଳନ ମହାନ୍ତି, ଶ୍ରୀ ଅସ୍ମିତ ପାତ୍ର, ଶ୍ରୀ ସିବୁ ରଣା, ଶ୍ରୀ ସତ୍ୟମ ରଣା, ଶ୍ରୀ ବଣ୍ଟି ପରିଡା,ଶ୍ରୀ ଅମିତ ମହାକୁଡ଼, ଶ୍ରୀ ପପୁ ପଞ୍ଜା, ଶ୍ରୀ ଦୀପକ ସାହୁ, ଶ୍ରୀ ଜୀବନ ଦାସ, ଶ୍ରୀ ମିଲିନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଆନ୍ଦୋଳନକୁ ସଫଳ କରିଥିଲେ।
ସଭାକୁ ସମ୍ବୋଧିତ କରି ଜିଲ୍ଲା ବିଜେଡି ସଭାପତି ଶ୍ରୀ ସୁଦାମ ମାର୍ଣ୍ଡି କହିଥିଲେ ଯେ, ଡବଲ ଇଞ୍ଜିନ ସରକାରଙ୍କ ଜନବିରୋଧୀ ନୀତି ଯୋଗୁଁ ଆଜି ସାଧାରଣ ଜନତା ଦରଦାମ ମାଡ଼ରେ ଅତିଷ୍ଠ ହୋଇପଡ଼ିଛନ୍ତି। ଖାଉଟି ସାମଗ୍ରୀ, ପନିପରିବା, ରନ୍ଧନ ତୈଳ, ପେଟ୍ରୋଲ ଓ ଡିଜେଲର ଅହେତୁକ ଦରବୃଦ୍ଧି ଯୋଗୁଁ ଗରିବ ଓ ମଧ୍ୟବିତ୍ତ ପରିବାରର ଘରୋଇ ବଜେଟ୍ ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାଜ୍ୟ ଓ କେନ୍ଦ୍ର ସରକାର ସାଧାରଣ ଜନତାଙ୍କ ସମସ୍ୟା ପ୍ରତି ଉଦାସୀନ ରହିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ସାନନ୍ଦ ମାର୍ଣ୍ଡ କହିଥିଲେ ଯେ, ବାରିପଦା ସହରରେ ଉନ୍ନତିକରଣ ନାମରେ ସାଧାରଣ ଲୋକଙ୍କ ଘର ଓ ଦୋକାନଗୁଡ଼ିକୁ ଅଯଥା ଭାବେ ଭଙ୍ଗାଯାଉଛି। ପୁନର୍ବାସ ବ୍ୟବସ୍ଥା ନ କରି ଲୋକଙ୍କ ଜୀବିକାକୁ ଧ୍ୱଂସ କରିବା ସରକାରଙ୍କ ଅମାନବୀୟ ଓ ଜନବିରୋଧୀ ମନୋଭାବର ପରିଚୟ। ସରକାର ଉନ୍ନତି ନାମରେ ଲୋକଙ୍କ ଜୀବନ ଓ ଜୀବିକା ସହ ଖେଳ ଖେଳୁଛନ୍ତି ବୋଲି ସେ ତୀବ୍ର ସମାଲୋଚନା କରିଥିଲେ। ଶେଷରେ ବିଜୁ ଜନତା ଦଳ ପକ୍ଷରୁ ଚେତାବନୀ ଦିଆଯାଇଥିଲା ଯେ, ଦରଦାମ ବୃଦ୍ଧି ନିୟନ୍ତ୍ରଣ, ଇନ୍ଧନ ମୂଲ୍ୟ ହ୍ରାସ ଏବଂ ସାଧାରଣ ଜନତାଙ୍କ ସ୍ୱାର୍ଥ ସୁରକ୍ଷା ଦିଗରେ ସରକାର ତୁରନ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ।
