IMG 20260605 WA0282

ଟି-ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଗ୍ୟାଙ୍ଗଷ୍ଟାର – ୧୧ ଚମ୍ପିୟାନ

ରାଜ୍ୟ
ବାରିପଦା : ସ୍ଥାନୀୟ ୱାର୍ଡ ନଂ ୧୫ ସ୍ଥିତ ପୂର୍ଣ୍ଣଚନ୍ଦ୍ର ପୁର ପଡିଆରେ ଟି – ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି I ଏହି ଟୁର୍ଣ୍ଣାମେଣ୍ଟରେ ୪ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ମ୍ୟାଚରେ ଗ୍ୟାଙ୍ଗଷ୍ଟାର – ୧୧, ୩ ଉଇକେଟରେ କୁଳିଅଣା ୱରିୟାର୍ସକୁ ପରାସ୍ତ କରି ଚମ୍ପିୟାନ ହୋଇଛି I ପ୍ରଥମେ ବ୍ୟାଟିଂ କରି କୁଳିଅଣା ୱରିୟାର୍ସ ୧୦ ଓଭରରେ ୭ ଉଇକେଟ ହରାଇ ୧୦୫ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଲୋକନାଥ ପୃଷ୍ଟି ୨୪ ଓ ରାଜକୁମାର ବେହେରା ୨୦ ରନ କରିଥିବା ବେଳେ ବିପକ୍ଷ ଦଳର ଅରମାନ ଆଲାମ ୩ଟି ଓ ଦୀପାଂଶୁ ଦାସ ୨ଟି ଉଇକେଟ ଅକ୍ତିଆର କରିଥିଲେ I
ଉତ୍ତରରେ ଗ୍ୟାଙ୍ଗଷ୍ଟାର ୯. ୩ ଓଭରରେ ୭ ଉଇକେଟ ହରାଇ ୧୧୧ ରନ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳପକ୍ଷରୁ ଶୁଭମ ମହାନ୍ତି ୪୭ ଓ ଦୀପାଂଶୁ ଦାସ ୩୫ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ଅବିନାଶ ରଥ ୩ଟି ଉଇକେଟ ଅକ୍ତିଆର କରିଥିଲେ I ଅଭିଜିତ ବେହେରା ଓ କୌଶିକ କଲିଆ ଖେଳ ପରିଚାଳନା କରିଥିବା ବେଳେ ନୀତେଶ କୁମାର ହେମ୍ବ୍ରମ ସ୍କୋରିଂରେ ସହଯୋଗ କରିଥିଲେ I ଦୀପାଂଶୁ ଦାସ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ I ଶ୍ରୀୟାଂଶ ମହାନ୍ତିଙ୍କ ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ଅତିଥି ଭାବେ ଯୋଗଦେଇ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ତଥା ସାମ୍ବାଦିକ ରବୀନ୍ଦ୍ର କୁମାର ମହାନ୍ତି, ସ୍ଥାନୀୟ କାଉନସିଲର ନିରୁପମା ମହାନ୍ତି ଓ ପୂର୍ବତନ କ୍ରିକେଟ ଖେଳାଳି ସୋମନାଥ ସିଂହ ପ୍ରମୁଖ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କରିଥିଲେ I