Elephant

ହାତୀ ଆକ୍ରମଣରେ ମହିଳା ମୃତ

ରାଜ୍ୟ

ବାରିପଦା : ହାତୀ ଆକ୍ରମଣରେ ମହିଳା ମୃତ  ଗତକାଲି ରାତ୍ରୀର ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ର ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଛି l ଲୋଧାସାହି ଗ୍ରାମର ଦୁଃଖିନୀ ପରମାଣିକ  ନାମକ ଜଣେ ମହିଳା ରାତ୍ରୀରେ ଘର ବାରଣ୍ଡାରେ ଶୋଇଥିବା ବେଳେ ହାତୀ ଆସି ଦୁଃଖିନୀ କୁ ରାସ୍ତା ଉପରକୁ ଟାଣିନେଇ କଚାଡି ମାରିଦେଇଅଛି l

ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି l ଗ୍ରାମବାସୀ ମୃତକ ପରିବାରକୁ କ୍ଷତିପୂରଣ ସାଙ୍ଗକୁ ହାତୀ କୁ ଉକ୍ତ ଅଞ୍ଚଳରୁ ଘୋଉଡେଇବାକୁ ଦାବୀ କରିଛନ୍ତି l