Costal c

ଅନୁପ୍ରବେଶ ରୋକିବା ଲାଗି କଡ଼ାକଡ଼ି ହେଲା ସମୁଦ୍ର ତଟ ସୁରକ୍ଷା

ରାଜ୍ୟ

ଭୁବନେଶ୍ୱର : କଡ଼ାକଡ଼ି ହେଲା ଓଡ଼ିଶାର ତଟ ସୁରକ୍ଷା । ପଶ୍ଚିମବଙ୍ଗ- ବାଂଲାଦେଶ ସୀମାରେ ସୁରକ୍ଷା ବଢ଼ିବା ପରେ ଓଡ଼ିଶାର ତଟ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି । ବାଂଲାଦେଶୀଙ୍କ ଉପରେ ରହିଛି ପୋଲିସର ନଜର । ଅନୁପ୍ରବେଶ ରୋକିବା ଦିଗରେ କୋଷ୍ଟାଲ ସିକୁରିଟି ତଥା ତଟ ସୁରକ୍ଷା ବାହିନୀ ସଜାଗ ଥିବା ସୂଚନା ଦେଇଛନ୍ତି ପୋଲିସ ଡିଜି । ଆହୁରି ଅଧିକ ସୁରକ୍ଷା ବ୍ୟବସ୍ଥା ପାଇଁ ଚାଲିଛି ମାନସ ମନ୍ଥନ । ଗୋଟିଏ ସ୍ଥାନରେ ଏକାଠି ହୋଇଛନ୍ତି ୧୮ ଟି ଏଜେନ୍ସୀ । ତଟ ସୁରକ୍ଷା ପାଇଁ ୧୫୦ କୋଟି ଟଙ୍କା ଦେଇଛନ୍ତି ରାଜ୍ୟ ସରକାର । ଭୁବନେଶ୍ବରରେ ପ୍ରତିଷ୍ଠା ହୋଇଛି କମାଣ୍ଡ କଣ୍ଟ୍ରୋଲ ରୁମ୍ । ଆସନ୍ତା ୨୪ ତାରିଖରେ ଜାତୀୟ ସ୍ତରୀୟ ତଟ ସୁରକ୍ଷା ନେଇ ବୃହତ୍ ସମ୍ମିଳନୀ ହେବ। ଏଥିରେ ଦେଶର ସମସ୍ତ ତଟବର୍ତ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଭାଗ ନେବେ ।

ସେପଟେ ହାଇ ଆଲର୍ଟରେ କେନ୍ଦ୍ରାପଡା ଉପକୂଳବର୍ତ୍ତୀ ଅଞ୍ଚଳ । ବାଂଲାଦେଶ ସୀମାରେ ସୁରକ୍ଷା ବଢ଼ିବା ପରେ କେନ୍ଦ୍ରାପଡା ପ୍ରଶାସନ ପକ୍ଷରୁ ସୀମା ସୁରକ୍ଷା ନେଇ ତତ୍ପରତା ପ୍ରକାଶ ପାଇଛି l ତାଳଚୁଆ, ଜମ୍ବୁ, ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି l ପୋଲିସ ପକ୍ଷରୁ ଘନ ଘନ ପାଟ୍ରୋଲିଂ କରାଯାଉଛି। କେନ୍ଦ୍ରାପଡା ଜିଲାର ୪୮ କିଲୋମିଟର ଅଞ୍ଚଳ ସମୁଦ୍ରକୁ ଲାଗିକି ରହିଛି । ୨୦୦୪ ଜନଗଣନା ଅନୁଯାୟୀ କେନ୍ଦ୍ରାପଡା ଜିଲାରେ ମୋଟ ୧୬୪୯ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ହୋଇଥିଲେ l ତାଳଚୁଆ ସାମୁଦ୍ରିକ ଥାନା ପାଟ୍ରୋଲିଂ ଟିମ୍ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ରାଜନଗର ରିପୋର୍ଟର ଦୋଳଗୋବିନ୍ଦ ଜେନା ।