Image 2026 06 03T152422.473

ଏସଆଇଆର କାର୍ଯ୍ୟରେ ଅବହେଳା, ନିଲମ୍ବିତ ହେଲେ ବଡ଼ସାହି ବିଡିଓ

ରାଜ୍ୟ

ମୟୁରଭଞ୍ଜ : ଏସଆଇଆର କାର୍ଯ୍ୟରେ ଅବହେଳା ପଡ଼ିଲା ମହଙ୍ଗା । ନିଲମ୍ବିତ ହେଲେ ବଡ଼ସାହି ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ବିଡିଓ । ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଅବମାନନା ଏବଂ କାର୍ଯ୍ୟରେ ଚରମ ଅବହେଳା କରିବା ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ବିଡିଓ ବନଜା ଦାସଙ୍କୁ ମହଙ୍ଗା ପଡ଼ିଛି । ତାଙ୍କୁ ତୁରନ୍ତ ସରକାରୀ ସେବାରୁ ନିଲମ୍ବନ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ମେ ୨୩ରେ ଇଆରଓ, AERO ମାନଙ୍କ ପାଇଁ ଆୟୋଜିତ ଭର୍ଚୁଆଲ୍ ଟ୍ରେନିଂ ପ୍ରୋଗ୍ରାମରେ ବନଜା ଦାସ ଯୋଗ ଦେଇନଥିଲେ । କାର୍ଯ୍ୟରେ ଅନୁପସ୍ଥିତ ପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲେ ମଧ୍ୟ ସେ କୌଣସି ଜବାବ ରଖିନଥିଲେ । ସେହିପରି ମେ ୨୬ ଓ ୨୭ରେ BLO ଏବଂ ସୁପରଭାଇଜରମାନଙ୍କ ଜରୁରୀକାଳୀନ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସେ ERO ଙ୍କ ବିନା ଅନୁମତିରେ ଅନ୍ୟ ଦିନକୁ ଘୁଞ୍ଚାଇ ଦେଇଥିଲେ। ଗୁରୁତ୍ୱପୂର୍ଣ୍ଣ ସମୟରେ ଉପରିସ୍ଥ ଅଧିକାରୀଙ୍କୁ ନ ଜଣାଇ ଏବଂ କୌଣସି ଅନୁମତି ନ ନେଇ ସେ ଛୁଟିରେ ରହିବା ସହ ପରବର୍ତ୍ତୀ ପ୍ରଶିକ୍ଷଣ ସମୟରେ ମଧ୍ୟ ଅନୁପସ୍ଥିତ ରହିଥିଲେ ।