C9e76273 6093 45da a19b ce6776558e10

କର୍ତ୍ତବ୍ୟ ଆଗରେ ହାର ମାନିଛି ଗ୍ରୀଷ୍ମ: ବଡ଼ବେତରା ପଞ୍ଚାୟତର ୨୦୪ନଂ ବୁଥରେ ବିଏଲଓଙ୍କ ଦ୍ୱାରା ‘ଏସଆଇଆର’ କାର୍ଯ୍ୟକ୍ରମ ଜୋରସୋରରେ ଜାରି

ରାଜ୍ୟ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ବଡ଼ବେତରା ଗ୍ରାମ ପଞ୍ଚାୟତର ୨୦୪ ନମ୍ବର ବୁଥ୍ ରେ  ‘ଏସଆଇଆର’ (SIR) କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଏଲଓ (BLO) ଅଜୟ କୁମାର ମହାପାତ୍ର ନିଷ୍ଠାର ସହ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି।

ରାଜ୍ୟରେ ଜାରି ରହିଥିବା ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ସତ୍ତ୍ୱେ ଶ୍ରୀଯୁକ୍ତ ମହାପାତ୍ର ନିଜ କର୍ତ୍ତବ୍ୟରେ ଅବହେଳା ନକରି ଘରକୁ ଘର ବୁଲି ପରିଗଣନା ଫର୍ମ ବଣ୍ଟନ କରୁଛନ୍ତି। କେବଳ ଫର୍ମ ପ୍ରଦାନ କରିବା ନୁହେଁ, ବରଂ ଗ୍ରାମବାସୀମାନେ କିଭଳି ସଠିକ ତଥ୍ୟ ସହ ଏହି ଫର୍ମ ପୂରଣ କରିବେ, ସେ ସମ୍ପର୍କରେ ମଧ୍ୟ ସେ ଲୋକଙ୍କୁ ବୁଝାଉଛନ୍ତି। ବିଶେଷ କରି ସାଧାରଣ ଲୋକ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିପ୍ରତି ସେ ସତର୍କ ଦୃଷ୍ଟି ରଖିଛନ୍ତି।

ତାଙ୍କର ଏହି ନିଷ୍ଠାପର ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳରେ ଉଚ୍ଚ ପ୍ରଶଂସା କରାଯାଇଛି। ଆସନ୍ତା ଜୁନ୍ ମାସର ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏହି ‘ଏସଆଇଆର’ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହେବ ବୋଲି ଶ୍ରୀଯୁକ୍ତ ମହାପାତ୍ର ଦୃଢ଼ ଆଶା ପ୍ରକାଶ କରିଛନ୍ତି। ସରକାରଙ୍କ ଏହି ଜନହିତକର ଯୋଜନାରେ ସମସ୍ତ ଗ୍ରାମବାସୀ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି।