ବାରିପଦା : ପ୍ରତିବର୍ଷ ଭଳି ଚଳିତ ବର୍ଷ – ୨୦୨୬ ରେ ମେଟ୍ରିକ ବୋର୍ଡ,ଆସିଏସଏସଇ,ସିବିଏସଇ ର ୧୦ ମ ଏଵଂ ଦ୍ଵାଦଶ ବୋର୍ଡର ଅତି ମେଧାବୀ ଶତକଡା ୯୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ସଂଗଠନ ‘ ପରିକ୍ରମା’ ତରଫରୁ ପ୍ରତିଷ୍ଠାତା ମନୋଜ ଦାସଙ୍କ ପ୍ରଚେଷ୍ଟା ଏବଂ ସଭାପତି ଈଶାନ ମିଶ୍ର ଙ୍କ ସଭାପତିତ୍ବ ଏବଂ ଶିକ୍ଷକ ରଞ୍ଜନ ନନ୍ଦ ଙ୍କ ମଞ୍ଚ ପରିଚାଳନାରେ ସ୍ଥାନୀୟ ପିସିଏମ କଲ୍ଯାଣ ମଣ୍ଡପ ପରିସରରେ ଆଜି ମେଧା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି ।
ଏହି କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଉପଜିଲ୍ଲାପାଳ ବାସନ୍ତୀ ଲାକ୍ରା , ରାଇରଙ୍ଗପୁର ଓକିଲ ସଂଘ ସଭାପତି ଅକ୍ଷୟ ମହାନ୍ତି,ଅନ୍ୟତମ ଅତିଥି କେରଳ ପବ୍ଲିକ ସ୍କୁଲର ଅଧ୍ଯକ୍ଷା ଗୀତାଞ୍ଜଳୀ ତ୍ରୀପାଠୀ,ବିଶିଷ୍ଟ ଠିକାଦାର ଇଂ ପ୍ରସନ୍ନ ସାହୁ,ସେବା ନିବୃତ ପ୍ରଶାସନିକ ଅଧିକାରୀ ଗୋପାଳ ଚନ୍ଦ୍ର ଵେଶ୍ରା , ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି,ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ମେଧା ସମ୍ବର୍ଦ୍ଧନା ର ଶୁଭାରମ୍ଭ କରିଥିଲେ ।ଅତିଥିବୃନ୍ଦ କହିଥିଲେ ପରିଶ୍ରମର ଫଳ ବିଳମ୍ବରେ ବି ମିଠା ।ଧୈର୍ଯ୍ୟ ,ପରିଶ୍ରମ, ନିଷ୍ଠା,ଶୃଙ୍ଖଳା,ଅନୁଶାସନ,ଗୁରୁ ଓ ପିତାମାତା ଭକ୍ତି ହିଁ ସଫଳତାର ଶୀର୍ଷତାକୁ ପହଞ୍ଚାଇ ଥାଏ ।ତେଣୁ ସମସ୍ତେ ସ୍ବପ୍ନ ଦେଖି ନିଜ ରୁଚି ରଖିଥିବା କାର୍ଯ୍ୟରେ ମନ ଓ ଲଗ୍ନ ଲଗାଇ ଆଗକୁ ବଢ ।ଏହି ସମ୍ବର୍ଦ୍ଧନା ଉତ୍ସବରେ ବାମନଘାଟୀ ଉପଖଣ୍ଡର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଶତକଡା ୯୦ ରୁ ଉର୍ଦ୍ଧ୍ବ ରଖିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ଏକ ଚାରା ସମେତ ମାନପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା ।
ତଦସହ ଏମିପିସି ମହାବିଦ୍ୟାଳୟରେ ବାଣିଜ୍ୟ ସ୍ନାତକ ର ଟପ୍ ଆଦିତ୍ୟ ରାମ ଏଵଂ ସାନମୌଦା ଓଏଭିର +୨ ବାଣିଜ୍ୟ ଦିସା ସାହୁ, ରାଜ୍ୟ କପିଳଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସେବା ନିଵୃତ ହାଇସ୍କୁଲ ପ୍ରଧାନ ଶିକ୍ଷକ ଦିଲିପ ମହାନ୍ତି,ଗୋରୁମହିଷାଣୀ + ୨ ଆଇରନ ଉଚ୍ଚ ମାଧ୍ଯଵିଦ୍ଯାଳୟର ଅଧ୍ୟାପକ ଡଃ ଦିଗମ୍ବର ଗିରି,ଦୁଷ୍ମନ୍ତ ଦାସ,କଟିଆ ପରିଛା,ପ୍ରଣବ ବେହେରା ଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ ।କାର୍ଯ୍ୟକ୍ରମ ସଫଳ ସୋଇଥିବାରୁ ଅନୁଷ୍ଠାନର ସଂପାଦକ ସୁବାସ ମଣ୍ଡଳ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
