Tatee river

ଶାମୁକା ସଂଗ୍ରହ ବେଳେ ନଦୀରେ ଭାସି ୮ ମୃତ, ଅନେକ ନିଖୋଜ

ଦେଶ - ବିଦେଶ

କର୍ଣ୍ଣାଟକ : ଉତ୍ତର କନ୍ନଡ ଜିଲ୍ଲାର ଥଟ୍ଟେ ହକ୍କଲୁ ନଦୀରେ ଅଘଟଣ । ନଦୀର ପ୍ରଖର ସ୍ରୋତରେ ଭାସିଗଲେ ପରିବାରର ୮ ସଦସ୍ୟ । ଏମାନଙ୍କ ଭିତରେ ୭ ଜଣ ମହିଳା ଥିବା ଜଣାପଡିଛି । ସ୍ଥାନୀୟ ଲୋକ ଉଦ୍ଧାର ପାଇଁ ଚେଷ୍ଟା କରୁଛନ୍ତି । ତେବେ ଏମାନେ ନଦୀରେ ଶାମୁକା ଖୋଜି ଏକାଠି କରୁଥିବା ବେଳେ ଏଭଳି ଅଘଟଣ ଘଟିଛି ।

ଖବର ମୁତାବକ, ଶିରାଲୀ ଗାଁର ପ୍ରାୟ ୧୪ ଜଣ ଲୋକ ନଦୀରେ ଶାମୁକା ଏକାଠି କରୁଥିଲେ । ହଠାତ୍ ନଦୀରେ ସୁଅ ବଢିଯାଇଥିଲା । ଆଉ ଏମାନେ ପାଣିର ସ୍ତର ଆକଳନ ନ କରିପାରି ଭାସିଯାଇଥିଲେ । ଏହାପରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ କିଛି ସ୍ଥାନୀୟ ବ୍ୟକ୍ତି ନଦୀକୁ ଡେଇଁଥିଲେ । ନଦୀରୁ ୮ ଜଣଙ୍କ ମୃତଦେହ ଜବତ କରାଯାଇଥିବା ବେଳେ ୨ ଜଣ ନିଖୋଜ ରହିଛନ୍ତି । ଘଟଣା ପରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚି ତଲାସୀ ଅଭିଯାନ ଆରମ୍ଭ କରିଛି ।