IMG 20260522 WA0116

ଶ୍ରୀଗୁରୁ ଭାଗବତ ସ୍ତମ୍ଭ ନିକଟରେ ସାମୁହିକ ଶ୍ରୀଗୁରୁ ଭାଗବତ ପାରାୟଣ 

ରାଜ୍ୟ
ବାରିପଦା  : ଛଉ ପଡିଆ ନିକଟସ୍ଥ ବାରିପଦା ମୁନିସିପାଲିଟି ଦ୍ୱାରା ନିର୍ମିତ ଓ ପୂଜ୍ୟ ଗୁରୁଜୀଙ୍କ କରକୋମଳରେ ଉଦଘାଟିତ ଶ୍ରୀଗୁରୁ ଭାଗବତ ସ୍ତମ୍ଭ ଆଜି ସହରବାସୀଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଯାଇଛି l ବିଭିନ୍ନ ବର୍ଗର ଲୋକ, ସ୍କୁଲ ଓ କଲେଜ ପିଲାମାନଙ୍କ ପାଇଁ ସେଲ୍ଫି ପଏଣ୍ଟ ହୋଇଥିବା ବେଳେ ଅନ୍ୟ କିଛି ଲୋକଙ୍କର ଭାଗବତ ପଠନ ସ୍ଥାନ ପାଲଟିଯାଇଛି l
ସନ୍ଧ୍ୟା ସମୟରେ ଏହି ସ୍ତମ୍ଭ ପାଖରେ ଅନେକ ଲୋକଙ୍କର ସମାଗମ ହୋଇଥାଏ l ଗୁରୁବାର ସନ୍ଧ୍ୟାରେ ବଡଦାଣ୍ଡ ଶ୍ରୀଗୁରୁ ଭାଗବତ ଟୁଙ୍ଗୀ ତରଫରୁ ଆୟୋଜିତ ସାମୁହିକ ଶ୍ରୀଗୁରୁ ଭାଗବତ ପାରାୟଣରେ ଛୋଟ ଛୋଟ ପିଲାଙ୍କ ସହ ଅନେକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ l ସାମୁହିକ ପାରାୟଣ ପୂର୍ବରୁ ସ୍ତମ୍ଭ ସମ୍ମୁଖରେ ପ୍ରଦୀପ ପ୍ରଜ୍ଵଳନ କରାଯାଇଥିଲା ଓ ଶ୍ରୀଗୁରୁ ଭାଗବତ ପାରାୟଣ ପରେ  ଉପସ୍ଥିତ ସମସ୍ତ ଶ୍ରୋତାଗଣଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା l ଉପସ୍ଥିତ ଶ୍ରୋତା ଓ ଶ୍ରଦ୍ଧାଳୁଙ୍କ ଆଗ୍ରହ ଏବଂ ଅନୁରୋଧ କ୍ରମେ ଏହି ଶ୍ରୀଗୁରୁ ଭାଗବତ ପାରାୟଣ ପ୍ରତି ଗୁରୁବାର ସନ୍ଧ୍ୟାରେ ସ୍ତମ୍ଭ ସମ୍ମୁଖରେ କରାଯିବ ବୋଲି ଜଣାଯାଇଛି l