Plus two

ଯୁକ୍ତ ଦୁଇ ପରୀକ୍ଷାରେ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା 

ରାଜ୍ୟ
ବାରିପଦା : ଚଳିତ ବର୍ଷ ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ, ବାଣିଜ୍ୟ ଏବଂ କଳାରେ  ମୋଟ ୨୩୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ବିଜ୍ଞାନରେ ୧୬୭ ପରୀକ୍ଷାର୍ଥୀ ମଧ୍ୟରୁ ୯୦%ରୁ ଅଧିକ ୮ ଜଣ ଓ ୮୦% ରୁ ଅଧିକ-୩୨ ଜଣ ଅଛନ୍ତି । କଳା ରେ ୪୧ ଜଣ ପରୀକ୍ଷାର୍ଥୀ ମଧ୍ୟରୁ ୯୦% ରୁ ଅଧିକ ୧ ଜଣ ଓ ୮୦% ରୁ ଅଧିକ ୭ ଜଣ ଅଛନ୍ତି ଓ ବାଣିଜ୍ୟରେ ୨୪ ଜଣ ପରୀକ୍ଷାର୍ଥୀ ମଧ୍ୟରୁ ୯୦% ରୁ ଅଧିକ ୩ ଜଣ ଓ ୮୦% ରୁ ଅଧିକ ନମ୍ବର ୭ ଜଣ ରଖି କୃତକାର୍ଯ୍ୟ ହୋଇଛନ୍ତି। ବିଜ୍ଞାନ ରେ ବିକାଶ କୁମାର ମୁର୍ମୁ (୯୪), ଆୟୁସ୍ମିତା ସି (୯୩.୮) ଓ ଧୀରଜ ନାରାୟଣ ମଣ୍ଡଳ(୯୩.୮)  ଓ ଶିବାନୀ ମଣ୍ଡଳ (୯୩.୩) ପ୍ରତିଶତ ନମ୍ବର ରଖି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ବାଣିଜ୍ୟ ରେ ଡୋଲୀସ୍ମିତା ମହାନ୍ତ(୯୨.୩)ପ୍ରତିଶତ, ସ୍ଵାତି ସୋରେନ(୯୧) ଓ ଆକାଶ ଖଣ୍ଡାଙ୍କେଲ (୯୦.୮) ପ୍ରତିଶତ ନମ୍ବର ରଖ୍ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଓ କଳା ରେ ସେହନାଜ ପରବିନ(୯୩), ସତ୍ୟଜିତ ବିଶୋଇ(୮୮) ଓ ଲୁଖୀରାମ ମୁର୍ମୁ (୮୬.୭) ପ୍ରତିଶତ ନମ୍ବର ରଖି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ସଫଳତା ପାଇଁ ପୂର୍ଣଚନ୍ଦ୍ର ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ସଭାପତି ଇଂ ପ୍ରଭାସ କୁମାର ଦାସ, ସମ୍ପାଦକ ପ୍ରଶାନ୍ତ କୁମାର ଦାସ, ଅଧକ୍ଷା ଅଙ୍କିତା ବାରିକ, ବିଜ୍ଞାନ ଓ କଳା ମୁଖ୍ୟ ଡ. ଆଦର୍ଶ ଶତପ‌ଥୀ ଓ ବାଣିଜ୍ୟ ମୁଖ୍ୟ ରମାକାନ୍ତ ପାତ୍ର ପ୍ରମୁଖ ଅନୁଷ୍ଠାନର ସମସ୍ତ ଅଧ୍ୟାପକଅଧ୍ୟାପିକା ଏବଂ ଅଭିଭାବକଙ୍କୁ କୃତଜ୍ଞତା ଜଣାଇବା ସହ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଛନ୍ତି ।