ବାରିପଦା : ସ୍ଥାନୀୟ୍ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ବାସ୍ତବ ପରିବାର ଆନୁକୂଲ୍ୟରେ ” ସୁନନ୍ଦନ ମେଧା ବୃତ୍ତି ସମ୍ମାନ – ୨୦୨୬ ” ସମାରୋହ ଅନୁଷ୍ଠିତ ହୋଇଯାଇଛି I ୧୯୭୫ ମସିହା ମ୍ୟାଟ୍ରିକ ବ୍ୟାଚର ବନ୍ଧୁମାନଙ୍କ ମିଳିତ ଉଦ୍ୟମରେ ପ୍ରତିବର୍ଷ ପରିବାରର ବରିଷ୍ଠ ସଦସ୍ୟ ନନ୍ଦଲାଲ ମିଶ୍ରଙ୍କ ଦିବଂଗତ ପୁତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ମ୍ୟାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ମେଧାବୀ ଛାତ୍ର ବା ଛାତ୍ରୀ ଙ୍କୁ ସମ୍ମାନିତ କରାଯାଇଥାଏ I ଚଳିତ ବର୍ଷ ବାରିପଦା ମୁନିସିପାଲିଟି ଅନ୍ତର୍ଗତ ସରସ୍ବତୀ ବିଦ୍ୟାବିହାରର ଛାତ୍ର ପାର୍ଥସାରଥି ମହାନ୍ତ ରାଜ୍ୟରେ ସର୍ବାଧିକ ନମ୍ବର ରଖି ଜିଲ୍ଲା ପାଇଁ ଗୌରବ ଆଣିଥିବାରୁ ସେ ଏହି ସମ୍ମାନର ଅଧିକାରୀ ହୋଇଛନ୍ତି I ତାଙ୍କୁ ଉପଢୌକନ, ଫଳକ, କଲର କିଟ ଓ ସମ୍ବର୍ଦ୍ଧନା ପତ୍ର, ସହ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇ ଅତିଥିଙ୍କ ହାତରେ ସମ୍ବର୍ଦ୍ଧିତ କରାଯାଇଥିଲା I
ତତସହିତ ପରିବାର ତରଫରୁ ଆୟୋଜିତ ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାର ୨୦ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା I ବାସ୍ତବ ପରିବାରର ସଭାପତି ଶାନ୍ତନୁ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ଓ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠି ଯୋଗଦେଇ ପୁରସ୍କାର ବିତରଣ କରିବା ସହ ବର୍ଷତମାମ ପରିବାର ଦ୍ୱାରା ଆୟୋଜିତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଅରୁଣ ପାତ୍ର, ସଦସ୍ୟ ସୌରବିହାରୀ ଦାସ, ପ୍ରଦୀପ କିଶୋର ମହାନ୍ତି, ସର୍ବୋତୋଷ ଦାଶ, ନନ୍ଦଲାଲ ମିଶ୍ର, ଚକ୍ରଧର ମହାପାତ୍ର, ସୁଧାଂଶୁ ଚକ୍ର, ମାନସ ଦାଶ, ସନ୍ତୋଷ ଗୋପ, ତପନ ପଟ୍ଟନାୟକ, ଜୟନ୍ତ ସେନାପତି, ଚାରୁ ଚନ୍ଦ୍ର ଦାସ, କାମିନୀକାନ୍ତ ମାଲାକାର, ସଂଜୀବ ପଟ୍ଟନାୟକ, ବିନୋଦ ସାହୁ, ଗଣେଶ ମହାପାତ୍ର, ଦେବାନନ୍ଦ ଜେନା, ଅଶ୍ୱନୀ ବ୍ରହ୍ମା, ରଞ୍ଜନ ଗଡ଼ନାୟକ, ଶାନ୍ତନୁ ଦାସ, ରାମ ନାଏକ, ଅନିଲ ପଣ୍ଡା, ବଳରାମ ଭଦ୍ର, ରାଜୀବ ପାତ୍ର ଓ ସମାଜସେବୀ ଅମର କୁମାର ସେଠି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I
ସୋମନାଥ ସିଂହ ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ପାଦକ ଅରୁଣ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ I ଏହି ଅବସରରେ କାଉନସିଲର ସୁକେସିନୀ ସେଠି, ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମହାନ୍ତ, ଚିତ୍ରାଙ୍କନ ପ୍ରତିଯୋଗିତାର ବିଚାରକ ନରସିଂହ ବାରିକ, ଅମରେଶ ବାସୁରୀ, ମହେନ୍ଦ୍ର ନାଥ ଦଣ୍ଡପାଟଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା I
