ବାରିପଦା : ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ କଟକ ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ୧୯ ବର୍ଷରୁ କମ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ମୟୁରଭଞ୍ଜ ଦଳ ଘୋଷିତ ହୋଇଯାଇଛି I ଦଳରେ ବ୍ରିଜେଶ ମିଶ୍ର (ଅଧିନାୟକ), ରୋଶନ ଚୌଧୁରୀ (ଉପ ଅଧିନାୟକ), ସାହିଲ କୁମାର ମହାନ୍ତ, ସୁରେଇ ହେମ୍ବ୍ରମ, ଜି ଏନ ବିଶ୍ଵପ୍ରକାଶ ସାହୁ, ପ୍ରିୟଙ୍କ ପଟ୍ଟନାୟକ, ରୁଚିକା ମଣ୍ଡଳ, ଦେବଶକ୍ତି ଗିରି, ଶୁଭମ ମହାନ୍ତ, ମହେନ୍ଦ୍ର ଦେ, ଗମ୍ଭୀର ମହାନ୍ତ, ଆଲୋକ ରଞ୍ଜନ ନାୟକ, ଅବିନାଶ ଦାସ, ଶମ୍ଭୁନାଥ ମୁଣ୍ଡା, ଆୟୁଷ ଗିରି, ସନ୍ଦୀପ ଶିବ ହାଁସଦା, ରୋହିତ ପିଙ୍ଗୁଆ, ତନ୍ମୟ ସାହୁ, ଅବତାର ମହାପାତ୍ର ଓ ହିମାଂଶୁ ନାୟକ ସାମିଲ ଅଛନ୍ତି ବୋଲି କ୍ରିକେଟ ସମ୍ପାଦକ ପ୍ରସନ୍ନଜିତ ମହାନ୍ତି ଜଣାଇଛନ୍ତି I
ପୂର୍ବତନ ରାଜ୍ୟ ସ୍ତରୀୟ କ୍ରିକେଟ ଖେଳାଳି, ସୁନୀଲ କୁମାର ଜେନା, ସଞ୍ଜୟ ମାଈତି, ପ୍ରଭାସ ଚନ୍ଦ୍ର ଘଡେଇ, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର କୋଷାଧ୍ୟକ୍ଷ୍ୟ ଅମିତାଭ ଦାସ, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ଅମ୍ବିକା ରାଉତ ତଥା କ୍ରିକେଟ ସମ୍ପାଦକ ପ୍ରସନ୍ନଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଟୁର୍ଣ୍ଣାମେଣ୍ଟରେ ଦଳର ସଫଳତା କାମନା କରିଥିଲେ I ମୟୁରଭଞ୍ଜ ତାର ପ୍ରଥମ ମ୍ୟାଚ ମାଲକାନଗିରି ସହିତ ଚଳିତ ମାସ ୨୦ ତାରିଖ ଦିନ ଖେଳିବ ବୋଲି ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଜଣାଇବା ସହ ଦଳର ସଫଳତା କାମନା କରିଛନ୍ତି I
