ବାରିପଦା : ଦିନକୁ ଦିନ ଯୁବ ମହଲରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଛି ।କିଏ ପାରିବାରିକ ନିର୍ଯାତନା,ସ୍ବାମୀ ସ୍ତ୍ରୀ କଳି,ଆର୍ଥିକ ଅନାଟନ ,ପରକ୍ରୀୟା ପ୍ରିତି , ଅବସାଦ ରୋଗ,ଜୁଆ ଖେଳ ,ନିଶାଖୋର ଯୋଗୁଁ ଆତ୍ମହତ୍ୟା ପ୍ରବଣତା ବଢ଼ିଚାଲିଛି ।ଯାହାକୁ ନେଇ ସାମାଜିକ କର୍ମି ମଧ୍ୟରେ ଉଦବେଗ ବୃଦ୍ଧି ପାଉଛି ।
ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବଡଦୁନ୍ଦୁ ଗ୍ରାମ ନିକଟରେ ଏକ ଗଛରେ ଝୁଲନ୍ତା ଯୁବକର ମୃତଦେହକୁ ଵହଳଦା ପୋଲିସ ଉଦ୍ଧାର କରିଛି । ପାରିବାରିକ ସମସ୍ୟା ନେଇମାନସିକ ଭାରସାମ୍ଯ ହରାଇ ଶ୍ବଶୁର ଘର ଗାଁରେ ଆ୍ମହତ୍ୟା କରିଛି ଜ୍ବାଇଁ। ମୃତକ ହେଲେ ରାଇରଙ୍ଗପୁର, ଇଚିଣ୍ଡା ଗ୍ରାମର ରେହମାତ ହୁସେନ (୩୮), ପିତା ସେକ ସୁଲତାନ।
ସୂଚନା ଯୋଗ୍ୟ ରେହମାତ ହୁସେନ ବଡଦୁନ୍ଦୁ ଗ୍ରାମରୁ ବିବାହ କରିଥିବାବେଳେ ସେ ଶ୍ବଶୁର ଘରେ ହିଁ ରହି ଆସୁଥିଲେ। ତେବେ ସେ ରୋଜଗାର ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ଦାଦନ ଖଟିବାକୁ ସୁଦୂର ମୁମ୍ବାଇର ପୁଣେ ସହରକୁ ଯାଇଥିଲେ ଗତକାଲି ସେ ଘରକୁ ଫେରିଥିଲେ। ହେଲେ ଆଜି ସକାଳରୁ ବଡଦୁନ୍ଦୁ ଗ୍ରାମରୁ ରେଡମ ପଟକୁ ଯାଇଥିବା ରାସ୍ତା କଡର ଏକ ଗଛରେ ବେକରେ ଝୁଲନ୍ତା ଅବସ୍ଥାରେ ଲୋକେ ଦେଖି ଵହଳଦା ଥାନାକୁ ଖବର ଦେଇଥିଲେ ।ଖବର ପାଇ ବହଳଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବକକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ଏନେଇ ବହଳଦା ଥାନାରେ କେସ ନଂ ୩/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ବହଳଦା ଥାନା ପୁଲିସ।କେଉଁ ପରିସ୍ଥିତିରେ ଯୁବକର ଏଭଳି ଦୁଃଖଦ ମୃତ୍ୟୁ ହୋଇଛି ତାହା ପୋଲିସ ତଦନ୍ତକୁ ଜୋରଦାର କରିବା ସହ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସମ୍ପୁର୍ଣ ତଥ୍ୟର ପର୍ଦ୍ଦାଫାଶ ହେବ l
