Cm

ମୋଦିଙ୍କୁ ଅନୁସରଣ କଲେ ମୁଖ୍ୟମନ୍ତ୍ରୀ, କମିଲା କାରକେଡ୍ ଗାଡ଼ି ସଂଖ୍ୟା

ରାଜ୍ୟ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଅଧାକୁ କମିଲା । ମୁଖ୍ୟମନ୍ତ୍ରୀ କାରକେଡ୍ ଗାଡ଼ି ସଂଖ୍ୟା ଅଧା ହେଲା । ପ୍ରଧାନମନ୍ତ୍ରୀ ଆହ୍ବାନକୁ ସମ୍ମାନ ଦେଇ କାରକେହ୍ ଅଧା କଲେ ମୁଖ୍ୟମନ୍ତ୍ରୀ । ବ୍ୟକ୍ତିଗତ ସୁରକ୍ଷା ପାଇଁ ଯାଉଥିବା ଗାଡ଼ିକୁଡିକୁ କମ୍ କରି ଅଧା କଲେ । ଅଧିକ ମାତ୍ରାରେ ବପ୍ଲିକ୍ ଟ୍ରାନ୍ସପୋର୍ଟ ବ୍ୟବହାର ପାଇଁ ରାଜ୍ୟବାସୀଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ । ସୁନା ନ କିଣିବା ଓ ଅନାବଶ୍ୟକ ବିଦେଶଗସ୍ତ ନ କରିବାକୁ ମଧ୍ୟ ପରାମର୍ଶ ଦେଲେ ।

ଅନ୍ୟପଟେ, EV ଗାଡ଼ି ଅଧିକ ବ୍ୟବହାର କରିବାକୁ ରାଜ୍ୟ ସରକାରଙ୍କ ଅପିଲ । ଇଭି ଗାଡ଼ି ବ୍ୟବହାର ପାଇଁ ପରିବହନ ମନ୍ତ୍ରୀ ଅପିଲ୍ କରିଛନ୍ତି । ଅଧିକ ଇଭି ବ୍ୟବହାର ପାଇଁ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନାଙ୍କ ଅପିଲ୍ । ଇଭି ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ପଶ୍ଚିମ ଏସିଆର ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ଭାରତର ଅର୍ଥନୀତି ସୁରକ୍ଷା ପାଇଁ ସୁନା, ତେଲ କମ୍ ବ୍ୟବହାର, ବୈଦେଶିକ ଗସ୍ତ ବର୍ଷକ ପାଇଁ ନକରିବାକୁ ନିବେଦନ କରିଛନ୍ତି ।

ଆଜିର ଦିନର ଆବଶ୍ୟକତା ହେଉଛି ଇଭି । ଅଧିକରୁ ଅଧିକ ଇଭି ବ୍ୟବହାର କରନ୍ତୁ । ୱାର୍କ ଫର୍ମ ହୋମ୍କୁ ଗୁରୁତ୍ଵ ଦେବା । ଯାହାଦ୍ୱାରା ଆମ ଦେଶର ଅର୍ଥନୀତି ସୁରକ୍ଷିତ ରହିବ । ସରକାରୀ କାର୍ଯ୍ୟାଳୟରେ ବ୍ୟବହାର ହେଉଥିବା ଗାଡିକୁ ଇଭିରେ ପରିବର୍ତ୍ତନ କରାଯିବ ।