ବାରିପଦାରେ ମହିଳା ଥାନା ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାଵୀପତ୍ର 

ରାଜ୍ୟ
ବାରିପଦା : ବାରିପଦା ସହରର ବୁଦ୍ଧିଜୀବୀ ଓ ମିଳିତ ବିରୋଧୀ ଦଳ କଂଗ୍ରେସ, ସିପିଆଈ, ସିପିଏମ ପକ୍ଷରୁ ଶ୍ରୀ ମୋହନ ଚରଣ ମାଝୀ  ମୁଖ୍ୟମନ୍ତ୍ରୀ ଙ୍କୁ  ମୟୂରଭଞ୍ଜ ଜିଲ୍ଲା ପୋଲିସ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଡୁପଲ୍ଲୀ ଙ୍କ ଜରିଆରେ  ମୟୂରଭଞ୍ଜ ଜିଲ୍ଲା ମୁଖ୍ୟାଳୟ ବାରିପଦା ଠାରେ ମହିଳା ଥାନା ପ୍ରତିଷ୍ଠା ନିମନ୍ତେ ଏକ ଦାଵୀପତ୍ର କଂଗ୍ରେସ ନେତା ଶାନ୍ତନୁ ପାଲ ଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଛି।
   ଜିଲ୍ଲା ପୋଲିସ ଅଧିକ୍ଷକ ଭାବେ ଆପଣ ଏବଂ ଆପଣଙ୍କ ବିଭାଗ ସମ୍ପୂର୍ଣ୍ଣ ଅବଗତ ଯେ, ଆଦିବାସୀ ଅଧ୍ୟୁଷିତ ଆମ ଜିଲ୍ଲାରେ ମହିଳାମାନଙ୍କ ପ୍ରତି ଦିନକୁ ଦିନ ଆଶିଳନ ବ୍ୟବହାର, ନାବାଳିକା ଯୌନ ଉତ୍ପୀଡ଼ନ, ଅପହରଣ, ନିଖୋଜ, ଧର୍ଷଣ, ଶିକ୍ଷାଳୟରେ ଛାତ୍ରୀ ଗର୍ଭବତୀ, ହତ୍ୟା,ଗୁଣି ଗାରେଡ଼ି- ଡାହାଣୀ ସନ୍ଦେହଜନକ ହତ୍ୟା ଇତ୍ୟାଦି ଲଗାମହୀନ ଉର୍ଦ୍ଧ୍ୱ ଗାମୀ ହେଉଛି। ସଚେତନତା ଓ ଶିକ୍ଷାର ଘୋର ଅଭାବ ହେତୁ ପ୍ରାୟତଃ ଉପାନ୍ତ ଆଦିବାସୀ ଅଂଚଳ ସମେତ କିଛି ସହରାଞ୍ଚଳ ଡାହାଣୀ ସନ୍ଦେହଜନକ ହତ୍ୟାର ଶିକାର ହୋଇ ଚାଲିଛନ୍ତି। ଶିକ୍ଷାୟତନରେ ମଧ୍ୟ ବିଭିନ୍ନ ପ୍ରସଙ୍ଗ ଜନିତ ଆତ୍ମାହୁତି ଘଟଣା ପରିବାର, ଅଭିଭାବକ, ସାମାଜିକ ବ୍ୟବସ୍ଥା ଭିତ୍ତିକ ସୁସ୍ଥ ସମାଜକୁ ଦୋହଲାଇ ଦେଲାଣି। ବହୁ କ୍ଷେତ୍ରରେ ଦେଖାଯାଇଛି ଲୋକ ଲଜ୍ଜାକୁ ଭୟ କରି ଧର୍ଷିତା -ପିଡିତା ଥାନାରେ ପୋଲିସ ବାବୁଙ୍କ ଆଗରେ ସଠିକ୍ ବୟାନ ନ ଦେବା ଫଳରେ ଅଭିଯୁକ୍ତ ଆଇନ୍ ହାତରୁ ଖସି ଯାଉଛି। ଏପରିକି ସମସ୍ତ ତଥ୍ୟ ଜାଣି ସୁଦ୍ଧା ପରିବାର ବର୍ଗ ପୀଡ଼ିତା ଝିଅଟିର ଭବିଷ୍ୟତ ବିବାହକୁ ନେଇ ସନ୍ଦିହାନ ଭିତରେ ରହୁଥିବାରୁ ଚୁପ୍ ରହିବାକୁ ଉଭୟ ସମାଜ ଓ ସାମାଜିକ ପରମ୍ପରା ବାଧ୍ୟ କରୁଛି। ମହିଳାମାନେ କର୍ମକ୍ଷେତ୍ରରେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଏଭଳି ସଂଗୀନ ଅଭିଯୋଗ ର ତଦନ୍ତ କିଛି ମହିଳା ତଥାକଥିତ ପୋଲିସ ଅଧିକାରୀ କରୁଥିଲେ ମଧ୍ୟ ସଂପୃକ୍ତ ଥାନାର ପୁରୁଷ ବଡ଼ ବାବୁଙ୍କ ସାମ୍ନାରେ ସଠିକ୍ ଘଟଣାର ସତ୍ୟତାକୁ ଉପସ୍ଥାପିତ କରିବାକୁ ଲଜ୍ଜାବୋଧ କରୁଛନ୍ତି। ମାମଲାକୁ ଦୁର୍ବଳ ବା ରଫାଦଫା କରିବାକୁ ରାଜନୈତିକ ହସ୍ତକ୍ଷେପ ରହିବା ଫଳରେ ଅଭିଯୁକ୍ତ ଆଇନ୍ ର ଗଳାବାଟ ଦେଇ ବାହାରି କ୍ରମଶଃ ଅପରାଧ ଘଟାଇବାକୁ ସୁରକ୍ଷିତ ମଣୁଛନ୍ତି ବୋଲି ଦାବୀପତ୍ର ରେ ଉଲେଖ କରାଯାଇଅଛି l
     ଉପରୋକ୍ତ ବାସ୍ତବ ଆଧାରିତ ପ୍ରସଂଗ ଗୁଡ଼ିକୁ ନେଇ ଜିଲ୍ଲାର ମୁଖ୍ୟାଳୟ ବାରିପଦା ଠାରେ ମହିଳା ଥାନା ପ୍ରତିଷ୍ଠା କରାଗଲେ, ପୀଡ଼ିତା ଜଣଙ୍କ ବା ତାର ପରିବାର ସଦସ୍ୟ ନିର୍ଭୟରେ, ନିଃସକୋଚରେ ତା ପ୍ରତି ହୋଇଥିବା ବା ହେଉଥିବା ଅତ୍ୟାଚାର,ଯୈନ ଉତ୍ପୀଡ଼ନ ଇତ୍ୟାଦି ସମସ୍ତ ଘଟଣାକୁ ସଠିକ୍ ଉପସ୍ଥାପନ କରିବାରେ ସକ୍ଷମ ହେବା ସହ ପ୍ରକୃତ ଦୋଷୀକୁ ଦଣ୍ଡ ବିଧାନ ହୋଇ ପାରିବ।
    ଏହି ପୃଷ୍ଠଭୂମିରେ, ମହିଳା ଥାନା ବାରିପଦାରେ ପ୍ରତିଷ୍ଠା କରିବାକୁ ସରକାରୀ ସ୍ତରରେ ଯଥା ଯଥ ବିହୀତ ପଦକ୍ଷେପ ଗ୍ରହଣ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ  ଦୃଢ଼ ଦାଵୀ  ଉପସ୍ଥାପନ କରାଯାଇଛି। ଏହାର ଏକକିତା ନକଲ ପୋଲିସ ମହାନିର୍ଦ୍ଦେଶକ, ଓଡ଼ିଶା, କଟକକ ଅବଗତି ଓ କାର୍ଯାନୁଷ୍ଠାନ ନିମନ୍ତେ ପ୍ରେରଣ କରାଯାଇଅଛି l  କଂଗ୍ରେସ ନେତା ଶାନ୍ତନୁ ପାଲ ଙ୍କ ନେତୃତ୍ୱରେ  ସିପିଆଈ ଜିଲ୍ଲା ସମ୍ପାଦକ ଜଗବନ୍ଧୁ ମିଶ୍ର,ଶ୍ରୀକାନ୍ତ ସାମଲ, ଓକିଲ ପଙ୍କଜ ମହାକୁଡ଼,ଦେବରାଜ ମିଶ୍ର, କଂଗ୍ରେସ ର ନିର୍ମଳ ପ୍ରଧାନ, ଭବାନୀ ଶଙ୍କର ସାହୁ, ଅଂଶୁମାନ ଦାସ, ମହମ୍ମଦ ଅକିଲ,ତୁଷାର ବେହେରାଓ ସିପିଏମ ର ରବି ଗୋସ୍ୱାମୀ ପ୍ରମୁଖ ମିଳିତ ଭାବରେ ଦାବୀପତ୍ର ପ୍ରଦାନ କରିଥିଲେ।