ଟାଟା ପାଓ୍ଵାରର ଠିକା କର୍ମଚାରୀ ଛଟେଇ ନୀତି ବିରୋଧରେ ୯ ଟି କର୍ମଚାରୀ ମିଳିତ ମଞ୍ଚ ତରଫରୁ ବିକ୍ଷୋଭ

ରାଜ୍ୟ
ବାରିପଦା : ମୟୂରଭଞ୍ଜ ଜିଲ୍ଲାର  ବାମନଘାଟି  ଡିଭିଜନ କାର୍ଯ୍ଯାଳୟ ସମ୍ମୁଖରେ ଟିପିଏନଓଡିଏଲ ରେ କାର୍ଯ୍ଯରତ  ଠିକାଶ୍ରମିକ ଓ ଠିକା କର୍ମଚାରୀ ମଳିତ ମଞ୍ଚ ର ୯ ଟି ସଂଗଠନ ତରଫରୁ ଆଜି  ଟିପିଏନଓଡିଏଲ ଡିଭିଜନ କାଯ୍ଯାଳୟ ସମ୍ମୁଖରେ ଏକ ବିଶାଳ  ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାମନଘାଟୀ ଉପଖଣ୍ଡ,ପଞ୍ଚପିଢ ଉପଖଣ୍ଡର  ସମସ୍ତ ବ୍ଲକ ଏବଂ ରାଇରଙ୍ଗପୁର ମ୍ଯୁନିସିପାଲିଟି ର ବହୁ ଠିକା କର୍ମଚାରୀ ଓ ଶ୍ରମିକ ସାମିଲ ହୋଇଥିଲେ l ଟାଟା ପାଓ୍ବାର ଠିକା କର୍ମଚାରୀଙ୍କ ଛଟେଇ ତଥା ଶ୍ରମିକ ଶୋଷଣ ଓ ଭାରତ ନୀତି ବିରୋଧରେ ବିକ୍ଷୋଭ  କରିଥିଲେ l
ଛଟେଇ ବନ୍ଦ କରିବାକୁ ସଂଗ୍ରାମ ଜାରି କରିବା ଏବଂ ଆସନ୍ତା ମେ ୨୦ ତାରିଖ ଦିନ ବାଲେଶ୍ବରସ୍ଥିତ କର୍ପୋରେଟ କାର୍ଯ୍ଯାଳୟରେ ସମସ୍ତେ ଉପସ୍ଥିତ ରହିବାକୁ ଅନୁରୋଧ କରିଥିଲେ l ଏଥିରେ ଟିପିଏନଓଡିଏଲ କାର୍ଯ୍ଯରତ ଶ୍ରମିକ, କର୍ମଚାରୀ ମିଳିତ ମଞ୍ଚ ମଧ୍ଯରେ ଆର୍ତ୍ତବନ୍ଧୁ ବିଶ୍ବାଳ,  ରାମଦୁଲାଲ ରାୟ, ବ୍ରଜମୋହନ ପୁଷ୍ଟି, ମୁତ୍ଯୁଜୟ ସାରନ, ବିଜୟ କ୍ରିଷ୍ଣ ମାଇତି, ଦେବାଶିଷ ସାହୁ, ସୁଶାନ୍ତ କୁମାର ସାହୁ, ହୁଶିକେଷ ମହାନ୍ତ, ଯମୁନା ପ୍ରସାଦ ମହାକୁଡ, ଗିରିଧାରୀ ମହାନ୍ତ, ଜ୍ଯୋତି ପ୍ରକାଶ ପଣ୍ଡା, ଅଶ୍ବିନୀ ପଣ୍ଡା, ରାଜେନ୍ଦ୍ର ମହାନ୍ତି ଓ ତପନ ମହାନ୍ତ ପ୍ରମୁଖ ନେତୁତ୍ବରେ ବହୁ ସଂଖ୍ୟାରେ ଠିକା କର୍ମଚାରୀ ଓ ଶ୍ରମିକ  ଏହି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ l ଶ୍ରମିକମାନେ ସେମାନଙ୍କ ରୋଟି,ରୋଜି ବନ୍ଦ ହୋଇଯିବା ସହ ଆଗାମି ଦିନରେ ସେମାନଙ୍କ ଜୀବନ ଜୀବିକା ବିପନ୍ନ ହେବାକୁ ହେଉଛି ବୋଲି କୋହଭରା କଣ୍ଠରେ କହିଥିଲେ l
ଏହି ଅବସରରେ  ବିଶିଷ୍ଟ ବିଦ୍ୟୁତ ଶ୍ରମିକ ନେତା ଶ୍ରମିକ ଆର୍ତବନ୍ଧୁ ବିଶ୍ବାଳଙ୍କ ନେତୃତ୍ବରେ ଡିଭିଜିଓନାଲ ଏକଜିଉଟିଭ ଇଞ୍ଜିନିୟର ଆଶୁତୋଷ ପଣ୍ଡାଙ୍କ ଜରିଆରେ  ଏକ ପ୍ରତିନିଧି ଦଳ ବାଲେଶ୍ବରର  ଟିପିଏନଓଡିଏଲର କର୍ପୋରେଟ ଅଫିସର ସିଇଓଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ‌ ।