ବାରିପଦା : ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମୟୂରଭଞ୍ଜ ପକ୍ଷରୁ ବାରିପଦା ଠାରେ ଜିଲ୍ଲା ଓ ଦୌରାଜଜଙ୍କ କାର୍ଯ୍ୟାଳୟ ପରିସରରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଲୋକ ଅଦାଲତରେ ମୋଟ ୮୭୯୦ ଟି ମାମଲା ମଧ୍ୟରୁ ୨୪୯୭ ଟି ମାମଲାର ଅପୋଷ ବିଚାର ହୋଇ ମୋଟ ୧,୭୧,୩୬,୩୭୯ ଟଙ୍କା ଅଦାୟ ପାଇଁ ସମାଧାନ ହୋଇଥିବା ଜଣାପଡିଛି । ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁଦୀପ୍ତ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ପ୍ରାକ ମକଦ୍ଦମା ସମ୍ପର୍କିତ ୫୨୨୦ ଗୋଟି ମାମଲା ମଧ୍ୟରୁ ୩୫୩ ଟି ମାମଲା ଅପୋଷ ବିଚାର ହୋଇ ୧,୦୩,୬୮,୪୮୩ ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣାପଡ଼ିଛି ।
ସେହିପରି ବକେୟା ଥିବା ବିଭିନ୍ନ ଶ୍ରେଣୀଭୁକ୍ତ ୩,୫୭୦ ଗୋଟି ମାମଲା ମଧ୍ୟରୁ ସାଲିସ ଯୋଗ୍ୟ ଫୌଜଦାରୀ ମାମଲା ୮୪ ଟି ମଧ୍ୟରୁ ୩ ଟି, ଏନ. ଆଇ. ଆକ୍ଟ ଧାରା ୧୩୮ ଅନ୍ତର୍ଗତ ୧୪୦ ଟି ମାମଲା ମଧ୍ୟରୁ ୨୬ ଟି, ବ୍ୟାଙ୍କ ଋଣ ଅଦାୟ ସମ୍ବନ୍ଧିତ ୧୫୦ ଟି ରୁ ୯ ଟି, ମୋଟର ଯାନ ଦୁର୍ଘଟଣା ମାମଲା ୧୮୮ ଟି ରୁ ୧ ଟି, ବୈବାହିକ (ଛାଡପତ୍ର ବ୍ୟତୀତ) ସମ୍ବନ୍ଧୀୟ ୧୦୨ ଟି ମାମଲା ମଧ୍ୟରୁ ୫୩ ଟି, ରାଜସ୍ୱ ମାମଲା ୨୪୮୮ ଟି ମଧ୍ୟରୁ ୧୯୬୭ ଟି, ଅନ୍ୟାନ୍ୟ ଦେୱାନୀ ମାମଲା ୨୫୨ ଟି ମଧ୍ୟରୁ ୪୩ ଟି ଓ ଅନ୍ୟାନ୍ୟ ଫୌଜଦାରୀ ମାମଲା ୯୩ ଟି ମଧ୍ୟରୁ ୪୧ ଟି ମିଶାଇ ମୋଟ ୨୪୯୭ ଟି ମାମଲାର ଫଇସଲା କରାଯାଇ ମୋଟ ୧ କୋଟି ୭୧ ଲକ୍ଷ ୩୬ ହଜାର ୩୭୯ ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣାଯାଇଛି।
ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ଦ୍ଵିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଶ୍ରୀ ସୁମନ କୁମାର ମିଶ୍ର , ପରିବାର ଅଦାଲତ ଜଜ ଶ୍ରୀମତୀ ପ୍ରଜ୍ୟୋତି ରାଉତ, ଚିଫ ଜୁଡିଶିୟାଲ ମାଜିଷ୍ଟ୍ରେଟ ଶ୍ରୀ ଦେବାଶିଷ ମହାନ୍ତି, ରେଜିସ୍ଟ୍ରାର ଶ୍ରୀମତୀ ଶୃତିସ୍ନିଗ୍ଧା ଦାସ , ସିନିୟର ସିଭିଲ୍ ଜଜ ଶ୍ରୀମତୀ ସତରୂପା ଶତପଥୀ , ଅତିରିକ୍ତ ସିନିୟର ସିଭିଲ୍ ଜଜ ଶ୍ରୀ ସୂର୍ୟ ଦାସ , ଦିତୀୟ ଅତିରିକ୍ତ ସିନିୟର ସିଭିଲ୍ ଜଜ ଡ଼ ନିଶାକର ସାହୁ , ଏସ.ଡି.ଜେ.ଏମ. ଶ୍ରୀମତୀ ଜୁୱେଲ ପଟ୍ଟନାୟକ, ଜେ.ଏମ.ଏଫ.ସି-1 (Cog. Taking) ଶ୍ରୀମତୀ ଲକ୍ଷ୍ମୀପ୍ରିୟା ସ୍ଵାଇଁ, ଜେ.ଏମ.ଏଫ.ସି କୁମାରୀ ମଧୁଶ୍ରବା ମହାନ୍ତି, ଜେ.ଏମ.ଏଫ.ସି ନିଳିଶା ପଟ୍ଟନାୟକ, ଜେ.ଏମ.ଏଫ.ସି(ଏଲ୍.ଆର ଓ ଏଲ୍.ଟି.ଭି) ଶ୍ରୀ ଶୁଭ୍ରାଂଶୁ ଠାକୁର ସମେତ ଅନ୍ୟାନ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଓ ମାମଲା ସମାଧାନ ନିମନ୍ତେ ଗଠନ ହୋଇଥିବା ବିଭିନ୍ନ ବେଞ୍ଚରେ ନିଯୁକ୍ତ ଥିବା ସଦସ୍ୟ ତଥା ସରକାରୀ ଓକିଲ ଶ୍ରୀ ଉମାକାନ୍ତ ରାଉତ, ଆଇନଜୀବୀ ଶ୍ରୀ ତାପସ କୁମାର ଦତ୍ତ, ଶ୍ରୀ ସତ୍ୟ ନାରାୟଣ ବେହେରା, ଶ୍ରୀ କମଲ କୁମାର କୁଆଁରବାବୁ, ଶ୍ରୀ ଧିରେନ୍ଦ୍ର କୁମାର ମହାପାତ୍ର ତଥା ବାରିପଦା ଓକିଲ ସଂଘର ଅନ୍ୟାନ୍ୟ ଆଇନଜୀବୀ ତଥା ରାଜସ୍ବ ବିଭାଗ, ବିଭିନ୍ନ ରାଷ୍ଟ୍ରାୟତ୍ତ/ ଘରୋଇ ବ୍ୟାଙ୍କ ଅଧିକାରୀ, ଟେଲିଫୋନ ବିଭାଗ, ବିଦ୍ୟୁତ ବିଭାଗ ଓ ପ୍ରାଧିକରଣର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ରହିବା ସହିତ ଶିବିର ପରିଚାଳନା କରିବାରେ ସହଯୋଗ କରିଥିଲେ ।
