ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଡି ଆର କେ କ୍ଲବ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ୨ୟ ବାର୍ଷିକ ଦିବାରାତ୍ର ଟି – ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳି ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି I ଲାଳବଜାର ୱରିୟାର୍ସର ଆଇକନ ଖେଳାଳି ଆଦିତ୍ୟ ବସା ଓ ସେ ଦିବ୍ୟ ରଞ୍ଜନ ଦାସଙ୍କୁ ୧୨, ୪୦୦ ଏବଂ ଯଶୋବନ୍ତ ମାଝୀକୁ ୧୦, ୦୦୦ ଟଙ୍କାରେ କ୍ରୟ କରିଥିବା ବେଳେ ପରି ଚାଲେଞ୍ଜର୍ସର ଆଇକନ ଖେଳାଳି ଅଭିଜ୍ଞାନ ମହାନ୍ତି ଓ ସେ ରୋହନ ସାହୁକୁ ୮, ୯୦୦ ଟଙ୍କାରେ, ଜଗଦ୍ଧାତ୍ରୀ ସୁପର କିଙ୍ଗସର ଆଇକନ ଖେଳାଳି ମନୁ ରାମ ଓ ସେ ଶୁଭମ ନାୟକକୁ ୧୦, ୩୦୦ ଟଙ୍କାରେ, ରାଫେଲ ରୋକେଟର ଆଇକନ ଖେଳାଳି ମାରି ଲୋକନାଥ ଓ ସେ ସୁକୁମାର ପତିଙ୍କୁ ୮, ୨୦୦ ଟଙ୍କାରେ, ମା ଅମ୍ବିକା ୱରିୟାର୍ସର ଆଇକନ ଖେଳାଳି ଦିବ୍ୟେଶ ମହାନ୍ତି ଓ ସେ ଅଭିଜିତ ପ୍ରସାଦ ଘଣାଙ୍କୁ ୯, ୯୦୦ ଟଙ୍କାରେ କ୍ରୟ କରିଛନ୍ତି I
ଏହି ନିଲାମୀ ପ୍ରକ୍ରିୟା ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ପୂର୍ବତନ କ୍ରିକେଟ ଖେଳାଳି ସୁନୀଲ କୁମାର ଜେନା, ଲଲାଟେନ୍ଦୁ ବେହେରା, ସୋମନାଥ ସିଂହ, ଡି ଆର କେ କ୍ଲବର ପ୍ରତିଷ୍ଠାତା ନିରୋଜ କୁମାର ସାହୁ, କ୍ରୀଡା ସଂଗଠକ ଅମର କୁମାର ସେଠିଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା I
ଅମିତାଭ ଦାସ, ମାନସ ଧଳ, ସତ୍ୟନାରାୟଣ ଜୀଉ, ସୁମିତ ମିଶ୍ର, କରୁଣାମୟୀ ପୃଷ୍ଟି, ସମ୍ବିତ ମହାରଣା, ଅମିତ ପରିଡା, ଚନ୍ଦ୍ରଭାନୁ ସେଠି ଓ ପଙ୍କଜ ମହାକୁଡ଼ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ I ଏହି ଟୁର୍ଣ୍ଣାମେଣ୍ଟ ୫ ଟି ଦଳକୁ ନେଇ ଚଳିତ ମାସ ୨୫ ତାରିଖରୁ ଜୁନ ୧୨ ତାରିଖ ପର୍ଯ୍ୟନ୍ତ ମଧୁବନ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ଆୟୋଜକ ଅମିତାଭ ଦାସ ଜଣାଇଛନ୍ତି I
