ବାରିପଦା: ଆଜି ସୀତାକୁଣ୍ଡ ରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଅଛି l ମୃତ ଯୁବକ ଜଣକ ହେଲେ ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ କାଞ୍ଜିଆ ଗ୍ରାମର ହଳଧର ମହାନ୍ତ ଙ୍କ ପୁତ୍ର ହୋରେକୃଷ୍ଣ ମହାନ୍ତ l ଯୁବକ ଜଣକ ଡିପ୍ଲୋମା ଛାତ୍ର ଅଟନ୍ତି l ଖବର ନେବାରୁ ଜଣା ପଡିଅଛି ଯେ ଆଜି ଛଅ ଜଣ ସାଙ୍ଗ ଘରୁ ହଳଦିଆ ଡ୍ୟାମ ବୁଲି ଯିବାକୁ କହି ଆସିଥିଲେ l ପରେ ସମସ୍ତେ ମିଶି ଶିମିଳିପାଳ ର ପାଦଦେଶରେ ଥିବା ସୀତାକୁଣ୍ଡ କୁ ଯାଇଥିଲେ ବୁଲିବାଜୁ l ସେଠାରେ ଆଜି ଅପରାହ୍ନରେ ସାମାନ୍ୟ ବର୍ଷା ହୋଇଥିଲା l ଏହି ସମୟରେ ସାଙ୍ଗମାନେ ତଳେ ଥିବାବେଳେ ହରେକୃଷ୍ଣ ପାହାଡ଼ ଉପରେ ଥିବା ଏକ କୁଣ୍ଡକୁ ଯାଇଥିଲେ ଗାଧେଇବାକୁ l ସେଠାରେ ଗାଧୋଉଥିବା ଥିବା ସମୟରେ ବୁଡ଼ିଯାଇଥିଲେ l ବର୍ଷା ଛାଡିବାର କିଛି ସମୟପରେ ଅନ୍ୟ ସାଙ୍ଗମାନେ ଉପରକୁ ଯାଇ ହରେକୃଷ୍ଣ କୁ ଖୋଜିଥିଲେ ମାତ୍ର ତାକୁ ପାଇନଥିଲେ l
ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି ଅନେକ ସମୟ ଖୋଜା ଖୋଜି କରିବାପରେ କୁଣ୍ଡ ଭିତରୁ ତାଙ୍କୁ ଉଦ୍ଧାର କରି ବାରିପଦା ମେଡିକାଲ କୁ ଆଣିଥିଲେ l ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଉକ୍ତ ଘଟଣା କୁ ନେଇ ଆଜି ଡାକ୍ତରଖାନା ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଅଛି l ପ୍ରକାଶ ଥାଉକି ସୀତାକୁଣ୍ଡ ରେ ପୂର୍ବରୁ ଅନେକଥର ଏହିଭଳି ଘଟଣା ଘଟିଅଛି l ସୀତାକୁଣ୍ଡ ଏକ ପିକନିକ ସ୍ଥଳି l ତେଣୁ ସେଠାକୁ ପ୍ରତ୍ୟେକ ବର୍ଷ ଅନେକ ପର୍ଯ୍ୟଟକ ବୁଲିବାକୁ ଆସି କୁଣ୍ଡରେ ବୁଡି ଅନେକଙ୍କର ପ୍ରାଣହାନୀ ଘଟିଅଛି l ମାତ୍ର ସେଠାରେ ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୋଣସି ସତର୍କତା ମୂଳକ ପଦକ୍ଷେପ ନିଆଯାଉନଥିବାରୁ ଲୋକମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଇଅଛି l
