IMG 20260507 WA0148

ଟାଟା ପାଓ୍ଵାର କର୍ମଚାରୀ ଛଟେଇ ମାରଣ ନେଇ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘର ବୈଠକ

ରାଜ୍ୟ
ବାରିପଦା  : ଟାଟା ପାଓ୍ଵାର ଓଡିଶାବାସୀଙ୍କୁ ଉଚିତ ବିଦ୍ୟୁତ ଗ୍ରାହକ ସେବା ଯୋଗାଇବା,କର୍ମଚାରୀମାନଙ୍କୁ ଛଟେଇ ନ କରିବା,ଅଧିକ କର୍ମଚାରୀ ନିଯୁକ୍ତି ଦେବା,ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିବା ଭଳି ବହୁ ମିଠା ପ୍ରତିଶ୍ରୁତି ଦେଇ ବିଜେଡି ସରକାର ସମୟରେ ନେସ୍କୋ କୁ ହାତକୁ ନେଇଯାଇଥିଲା ଏବଂ ନାମକରଣ କରିଥିଲା ଟିପିଏନଓଡିଏଲ । ସରକାର ନେସ୍କୋ କୁ କର୍ପୋରେଟ ସଂସ୍ଥାକୁ ଟେକି ଦେଇଥିଲେ ।ତଦସହ ବହୁ ଠିକା କର୍ମଚାରୀଙ୍କୁ ବହୁ ପ୍ରଲୋଭନ ଦେଇ କାମରେ ନିୟୋଜିତ କରିଥିଲା ।ଠିକା କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ବିଦ୍ୟୁତ ଷ୍ଟ୍ରକଚର କାମ,ଉତ୍ତମ ଗ୍ରାହକ ସେବା,ବାତ୍ୟା,ତୋଫାନ,ଗଛ ଯୋଗୁଁ ବିଦ୍ୟୁତ ବିଛିନ୍ନ‌ହୋଇଥିଲେ ଚବିଶ ଘଣ୍ଟା ମଧ୍ୟରେ ବିଦ୍ୟୁତ ସଂଯୋଗ ଦେବା,ଠିକ ସମୟରେ ମିଟର ରିଡିଂ କରି ଗ୍ରାହକଙ୍କୁ ବିଦ୍ୟୁତ ବିଲ୍ ଦେବା,ବିଦ୍ୟୁତ ବିଲ ଆଦାୟ କରିଵା ଭଳି କାମ ହାତକୁ ନେଇ ଟାଟା ପାଓ୍ଵାରର ସୁନାମ ବଢ଼ାଇଛି ।
ନିଜର ଭବିଷ୍ୟତ ଉଜ୍ଜ୍ବଳ ପାଇଁ ସମର୍ପିତ ଭାବେ ନେଇ କାମ କରିଥିଲେ ।ବିଦ୍ୟୁତ ବିଲ ଆଦାୟ ସମୟରେ ଗ୍ରାହକମାନଙ୍କ ଠାରୁ ଗାଳି,ଗୁଲଜ,ମାଡ଼ ଖାଇ ମଧ୍ୟ ନିଜର ଦାୟିତ୍ଵ ତୁଲାଇବା,୮ ଘଣ୍ଟା ଯାଗାରେ ୧୦ ଘଣ୍ଟା ମଧ୍ୟ କାମ କରିଥାନ୍ତି ।ଆଜି ଟାଟା ପାଓ୍ଵାରକୁ ସମ୍ପୁର୍ଣ ସଜାଡି ଦେବା ପରେ ଟାଟା କମ୍ପାନୀ ଏବେ ବିଦ୍ୟୁତ କର୍ମଚାରୀଙ୍କ ପେଟରେ ନାତ ମାରିବାକୁ ଯାଉଛି ।ଏବେ ଠିକା କର୍ମଚାରୀ ଛଟେଇ ପାଇଁ ବିଜ୍ଞପ୍ତି ଜାରି କରିଛି । ଅବିରତ ବିଦ୍ୟୁତ ସରବରାହ ଓ ଟାଟା ପାଓ୍ଵାର ପାଇଁ ଯେଉଁ ଠିକା କର୍ମଚାରୀ ନିଜ ଜୀବନକୁ ପାଣି ଛଡେଇ କାମ କରୁଥିଲେ ତାଙ୍କ ଜୀବନ ଜୀବିକା ଏଵେ ବିପନ୍ନ ।ରୋଟି ରୋଜି କରିବେ କେମିତି ? ଦିର୍ଘ ୧୫ ବର୍ଷ ହେଲା କିଛି କର୍ମଚାରୀ ଏବଂ୨୦୨୧ ରେ ଟାଟା ପାଓ୍ଵାର ଆସିଲା ଦିନଠାରୁ ଆଜିଯାଏଁ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ନିଦ‌ ହଜିଯାଇଛି ‌।ପରିବାର ଗୁଜୁରାଣ ମେଣ୍ଟାଇବେ କେମିତି ? ତତ୍କାଳିନ ବିଜେଡି ସରକାର ଏବେର ବିଜେପି ସରକାରଙ୍କର ଟାଟା ପାଓ୍ଵାର ସହ ମଧୁଚନ୍ଦ୍ରିକାରେ ଵଳି ପଡ଼ୁଛନ୍ତି ବିଦ୍ୟୁତ୍ ଠିକା କର୍ମଚାରୀ ।
ସେମାନଙ୍କ ଭବିଷ୍ୟତ ଅନ୍ଧାର ।ଏହାକୁ ନେଇ ଆଜି କୁଡୁମି ଭବନ ପରିସରରେ ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର ଖଣ୍ଡୀୟ ସଂପାଦକ ଶ୍ରମିକ ନେତା ଦିପକ ମହାନ୍ତଙ୍କ ନେତୃତ୍ବରେ ଏକ ଵୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ ଉଦୟଭାନୁ ଵେହେରା,ଅମିୟ ସ୍ବାଇଁ,ସଞ୍ଜୟ ନାଏକ,ରଞ୍ଜନ ସେଠୀ,ଵୀରସିଂ ମାରାଣ୍ଡିଙ୍କ ସମେତ ଶତାଧିକ ଠିକା କର୍ମଚାରୀ ଉପସ୍ଥିତ ଥିଲେ ।ବୈଠକରେ ସମସ୍ତେ ଶପଥ କରିଥିଲେ ଟାଟା ପାଓ୍ଵାରର ମନମାନି ଚଳିବ ନାହିଁ ।ଯଦି ଛଟେଇ କରିବେ ସମସ୍ତେ କାର୍ଯ୍ୟବନ୍ଦ ସହ ଆନ୍ଦୋଳନକୁ ତିବ୍ରତର କରିବେ ।ଯାହା କିଛି ଅସୁବିଧା ଘଟିବ ଜନସାଧାରଣଙ୍କ ପାଖରେ ଟାଟା ପାଓ୍ଵାର ଦାୟୀ ରହିବେ ।