IMG 20260507 WA0145

 ଆଦିତ୍ୟ କୁମାର ରାମ ଏମ.ଏସ.ସି.ବି ବିଶ୍ୱବିଦ୍ୟାଳୟରେ ବାଣିଜ୍ୟ ଟପ୍ପର

ରାଜ୍ୟ
ବାରିପଦା : ମୟୂରଭଞ୍ଜର ପ୍ରତିଷ୍ଠିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ (MSCB) ବିଶ୍ୱବିଦ୍ୟାଳୟ ଅଧୀନରେ ଅନୁଷ୍ଠିତ ପରୀକ୍ଷାରେ ରାଇରଙ୍ଗପୁର ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ଛାତ୍ର ଆଦିତ୍ୟ କୁମାର ରାମ ସର୍ବୋଚ୍ଚ ନମ୍ବର ରଖି ବିଶ୍ୱବିଦ୍ୟାଳୟ ବାଣିଜ୍ୟ ବିଭାଗରେ ଟପ୍ପର ହୋଇଛନ୍ତି। ତାଙ୍କର ଏହି ଅସାଧାରଣ ସଫଳତା ପାଇଁ ସେ ମହାବିଦ୍ୟାଳୟ ତଥା ସମଗ୍ର ଅଞ୍ଚଳ ପାଇଁ ଗୌରବ ଆଣି ଦେଇଛନ୍ତି l
ଆଦିତ୍ୟଙ୍କ ଏହି ସଫଳତାରେ ଖୁସି ପ୍ରକଟ କରି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ମନୋହର ବାରିକ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଆଦିତ୍ୟ ନିଜର ଏହି ସଫଳତା ପାଇଁ ବାଣିଜ୍ୟ ବିଭାଗର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ର, ଅବସରପ୍ରାପ୍ତ ପ୍ରଫେସର ବିଭୂତି ଭୂଷଣ ପାଣିଗ୍ରାହୀ, ବିଭାଗୀୟ ମୁଖ୍ୟ ଡକ୍ଟର ମେନକା ମହାକୁଡ଼, ଅଧ୍ୟାପିକା ସୁଜାତା ମିଶ୍ର, ଅନ୍ନପୂର୍ଣ୍ଣା ମହାନ୍ତ ଏବଂ ଡକ୍ଟର ଶିବାଶିଷ ସାହୁଙ୍କୁ ଏବଂ ମହାବିଦ୍ୟାଳୟର ଅନ୍ୟ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ଶ୍ରେୟ ଦେଇଛନ୍ତି। ସେ କହିଛନ୍ତି ଯେ, ଶିକ୍ଷକମାନଙ୍କ ସଠିକ୍ ମାର୍ଗଦର୍ଶନ ଏବଂ ପ୍ରେରଣା ଯୋଗୁଁ ହିଁ ସେ ଆଜି ଏହି ସଫଳତା ପାଇପାରିଛନ୍ତି। ବିଭାଗୀୟ ଶିକ୍ଷକମାନେ ମଧ୍ୟ ଆଦିତ୍ୟଙ୍କ ଏକାଗ୍ରତା ଓ ପରିଶ୍ରମକୁ ପ୍ରଶଂସା କରି ସେ ଆଗକୁ ଆହୁରି ଉନ୍ନତି କରନ୍ତୁ ବୋଲି ଆଶୀର୍ବାଦ ପ୍ରଦାନ କରିଛନ୍ତି।