IMG 20260506 WA0171

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଗୁରୁତର

ରାଜ୍ୟ
ବାରିପଦା : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର – ତିରିଂ ଜାତୀୟ ରାଜପଥ ୨୨୦ ନମ୍ବର କାଦୁଆଣି ନିକଟସ୍ଥ ଦୁମାତାଣ୍ଡି ନିକଟସ୍ଥ ଢ଼ାବା ନିକଟରେ ଆଜି ପୂର୍ବାହ୍ନ  ସମୟରେ  ଏକ  ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଦୁଇ ବାଇକ୍ ଆସନା ସାମନା ହେବା ଫଳରେ ଦୁର୍ଘଟଣା ଘଟିଛି ‌l  ଘଟଣାସ୍ଥଳରେ  ସମସ୍ତ ୩ ଆରୋହୀ ରାସ୍ତାରେ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ ।ସରକାରୀ ଆମ୍ବୁଲାନ୍ସରେ ଉଭୟଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଅଣାଯାଇଥିଲା ।
ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିବାବେଳେ ଜଣେ ଜୀବନ ମରଣ ସହ ସଂଘର୍ଷ କରୁଛି ।ମୃତକ ହେଲେ ଵହଳଦା ଥାନା ଅନ୍ତର୍ଗତ ଭୁରୁଷା ଗ୍ରାମର ଜୟେଶ ମହାନ୍ତ   ।ଅନ୍ୟଜଣେ ବହଳଦା ଥାନା ଅନ୍ତର୍ଗତ କଣ୍ଟାସୋଳା ଗ୍ରାମର ଜଗଦିଶ ମୁର୍ମୁ ଙ୍କ ମୃତ୍ୟୁ ହୋଇଥିବାବେଳେ ନରସିଂହ ମୁର୍ମୁ ଗୁରୁତର ହୋଇଛନ୍ତି ।ଵହଳଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।