Mamata

ମୁଁ ଇସ୍ତଫା ଦେବିନି’, ‘ଇଣ୍ଡିଆ’ ମେଣ୍ଟକୁ ଶକ୍ତିଶାଳୀ କରିବି : ମମତା ବାନାର୍ଜୀ

ଦେଶ - ବିଦେଶ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ଟିଏମସିର ପରାଜୟ ପରେ ମମତାଙ୍କ ବଡ଼ ଘୋଷଣା । ମମତା ବାନାର୍ଜୀ ନିର୍ବାଚନ ଆୟୋଗକୁ ମୁଖ୍ୟ ଖଳନାୟକ ବୋଲି କହିଛନ୍ତି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ସତ୍ତ୍ୱେ ପଦ ତ୍ୟାଗ କରିବେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା କହିଛନ୍ତି, ମୁଁ ଇସ୍ତଫା ଦେବି ନାହିଁ, ମୁଁ ହାରିନାହିଁ, ମୁଁ ରାଜଭବନ ଯିବି ନାହିଁ ।

ଏବେ ବି କହୁଛି ଯେ, ଆମେ ନିର୍ବାଚନ ହାରିନାହୁଁ । ଏହା ଆମକୁ ପରାସ୍ତ କରିବା ପାଇଁ ସେମାନଙ୍କର ପ୍ରୟାସ । ଆନୁଷ୍ଠାନିକ ଭାବରେ ନିର୍ବାଚନ କମିଶନ ମାଧ୍ୟମରେ, ସେମାନେ ଆମକୁ ପରାସ୍ତ କରିପାରିବେ, କିନ୍ତୁ ନୈତିକ ଭାବରେ ଆମେ ନିର୍ବାଚନ ଜିତିଛୁ । ପରାଜୟ ପଛରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିଛନ୍ତି । କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଉଛନ୍ତି । ପଦ ନ ଛାଡିଲେ ରାଜ୍ୟରେ ରାଜନୈତିକ ଅଚଳାବସ୍ଥା ସୃଷ୍ଟି ହୋଇପାରେ।

ମମତା ଆହୁରି କହିଛନ୍ତି, ମୁଁ ଏବେ ମୁକ୍ତ ବିହଙ୍ଗ, ‘ଇଣ୍ଡିଆ’ ମେଣ୍ଟକୁ କରିବି ଶକ୍ତିଶାଳୀ । ସୋନିଆ ଜୀ, ରାହୁଲ ଗାନ୍ଧୀ, ଅରବିନ୍ଦ କେଜ୍ରିୱାଲ, ଉଦ୍ଧବ ଠାକରେ, ଅଖିଲେଶ ଯାଦବ, ତେଜସ୍ୱୀ ଯାଦବ ଓ ହେମନ୍ତ ସୋରେନ ମୋତେ ଫୋନ୍ କରିଥିଲେ । ‘ଇଣ୍ଡିଆ’ ମେଣ୍ଟର ସବୁ ସହଯୋଗୀ ଦଳ ମୋତେ କହିଛନ୍ତି ଯେ, ସେମାନେ ସମ୍ପୂର୍ଣ୍ଣ ଭାବେ ମୋ ସହିତ ଅଛନ୍ତି। ମୁଁ ଭାବୁଛି ଆଗାମୀ ଦିନରେ ଆମର ଏହି ଏକତା ଆହୁରି ମଜଭୁତ ହେବ । ମୁଁ ଜଣେ ସାଧାରଣ ମଣିଷ ଭାବରେ ଇଣ୍ଡିଆମେଣ୍ଟକୁ ଶକ୍ତିଶାଳୀ କରିବି । ମୋ ପାଖରେ ଏବେ କୌଣସି ପଦବୀ ନାହିଁ, ତେଣୁ ମୁଁ ଜଣେ ସାଧାରଣ ନାଗରିକ। ଏବେ ଆପଣ ମୋତେ କହିପାରିବେନି ଯେ ମୁଁ ଆପଣଙ୍କ ପଦବୀ ବ୍ୟବହାର କରୁଛି । ମୁଁ ଏବେ ଏକ ମୁକ୍ତ ବିହଙ୍ଗ। ମୁଁ ମୋର ପୂରା ଜୀବନ ଲୋକଙ୍କ ସେବାରେ ଉତ୍ସର୍ଗ କରିଛି । ଏହି ୧୫ ବର୍ଷ ଭିତରେ ମୁଁ ମୋ ପେନସନରୁ ଟଙ୍କାଟିଏ ବି ନେଇନାହିଁ କିମ୍ବା ଦରମା ବାବଦକୁ ପଇସାଟିଏ ବି ନେଇନାହିଁ । କିନ୍ତୁ ଏବେ ମୁଁ ସମ୍ପୂର୍ଣ୍ଣ ସ୍ବାଧୀନ ।