ନୂଆଦିଲ୍ଲୀ: ଚୀନରୁ ଆସିଛି ବଡ଼ ଖବର । ଆଜି ଚୀନର ହୁନାନ୍ ପ୍ରଦେଶର ଲିୟୁୟାଙ୍ଗ ସହରରେ ଥିବା ଏକ ବାଣ ତିଆରି କାରଖାନାରେ ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୬୧ ଜଣ ଆହତ ହୋଇଥିବା ଜଣାପଡ଼ିଛି । ବର୍ତ୍ତମାନ ଘଟଣାସ୍ଥଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି । ଘଟଣାସ୍ଥଳରେ ୫୦୦ ଉଦ୍ଧାରକାରୀ ଅଛନ୍ତି। ବିସ୍ଫୋରଣର କାରଣ ତଦନ୍ତ କରାଯାଉଛି ।
ଏକ ରିପୋର୍ଟ ଅନୁଯାୟୀ, ସୋମବାର ସନ୍ଧ୍ୟା ସମୟରେ ଗୁଆଣ୍ଡୁ ଟାଉନସିପ୍ରେ ଥିବା ଲିୟୁୟାଙ୍ଗ ହୁଆଶେଙ୍ଗ ଫାୟାରୱାର୍କସ୍ ମ୍ୟାନୁଫ୍ୟାକଚରିଂ ଆଣ୍ଡ୍ ଡିସପ୍ଲେ କମ୍ପାନୀ ନାମକ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ପରେ ତୁରନ୍ତ ଘଟଣାସ୍ଥଳରେ ଜରୁରୀକାଳୀନ ଏବଂ ଅଗ୍ନିଶମ ଦଳ ପହଞ୍ଚିଥିଲେ । ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଛି । ଏଥିରେ ୨୧ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୬୧ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତମାନଙ୍କୁ ବର୍ତ୍ତମାନ ଚିକିତ୍ସା କରାଯାଉଛି ।
ଅନ୍ୟପଟେ ଘଟଣାସ୍ଥଳରେ ପ୍ରାୟ ୫୦୦ ଉଦ୍ଧାରକାରୀଙ୍କୁ ନିୟୋଜିତ କରାଯାଇଛି । ଦୁଇଟି ଗୋଳାବାରୁଦ ଡିପୋରୁ ଉଚ୍ଚ ବିପଦ ଥିବା ଦର୍ଶାଇ କର୍ତ୍ତୃପକ୍ଷମାନେ ବିପଦପୂର୍ଣ୍ଣ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିଛନ୍ତି ।
