Modi e1777914951957 300x172

ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସ୍ୱପ୍ନ ଆଜି ସାର୍ଥକ ହେବାକୁ ଯାଉଛି: ପ୍ରଧାନମନ୍ତ୍ରୀ ମୋଦୀ

ଦେଶ - ବିଦେଶ

ନୂଆଦିଲ୍ଲୀ: ପ୍ରଚଣ୍ଡ ଜନାଦେଶ ସହ ପଶ୍ଚିମବଙ୍ଗରେ ସରକାର ଗଢିବାକୁ ଯାଉଛି ବିଜେପି। ପ୍ରଥମ ଥର ପାଇଁ ବଙ୍ଗରେ ବିଜେପିର ଏହି ବିପୁଳ ବିଜୟ ପାଇଁ ଦଳୀୟ କର୍ମକର୍ତ୍ତା, ନେତାଙ୍କୁ ଏହାର ଶ୍ରେୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନ ଫଳାଫଳ ପ୍ରକାଶ ପରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ଯାଳୟରେ ବିଜେପି ନେତାଙ୍କୁ ସମ୍ଭୋଧନ କରିଛନ୍ତି ମୋଦି। ଏହି ଅବସରରେ ସେ ଅଖଣ୍ଡ ଭାରତର ସ୍ବପ୍ନକୁ ଉଜାଗର କରିବା ସହ ପ୍ରାଚୀନ ଭାରତର ବଡ଼ ତ୍ରିକୋଣ ଅଙ୍ଗ, ବଙ୍ଗ ଓ କଳିଙ୍ଗର ଉଲ୍ଲେଖ କରିଥିଲେ। ଭାରତର ଭାଗ୍ୟ ନିର୍ଦ୍ଧାରଣ କରିବାରେ ଏହି ତିନି କ୍ଷେତ୍ରର ଗୁରୁତ୍ବପୂର୍ଣ୍ଣ ଅବଦାନ ଥିଲା ବୋଲି କହିଛନ୍ତି ମୋଦି।

ବେଙ୍ଗଲ୍ ଭାଗ୍ୟରେ ନୂଆ ଅଧ୍ୟାୟ, କଂଗ୍ରେସକୁ ‘ଅର୍ବାନ ନକ୍ସଲ’ କହି ଘେରିଲେ ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର ରାଜନୈତିକ ପରିବର୍ତ୍ତନ ଏବଂ କଂଗ୍ରେସର ବିଚାରଧାରାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସ୍ୱପ୍ନକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପଶ୍ଚିମବଙ୍ଗକୁ ଭାରତର ଅଭିନ୍ନ ଅଙ୍ଗ କରି ରଖିବା ପାଇଁ ସେ ଯେଉଁ ସଂଗ୍ରାମ କରିଥିଲେ, ତାହା ଆଜି ସାର୍ଥକ ହେବାକୁ ଯାଉଛି। ମେ ୪, ୨୦୨୬ ଅର୍ଥାତ୍ ଆଜି ବେଙ୍ଗଲବାସୀ ବିଜେପି କର୍ଯ୍ୟକର୍ତ୍ତାଙ୍କୁ ସେହି ସୁଯୋଗ ଦେଇଛନ୍ତି, ଯାହା ଦଶନ୍ଧି ଦଶନ୍ଧି ଧରି ଅପେକ୍ଷା କରିଥିଲା।  ଆଜିଠାରୁ ବେଙ୍ଗଲ ଭୟରୁ ମୁକ୍ତ ହୋଇଛି ଏବଂ ବିକାଶର ଆତ୍ମବିଶ୍ୱାସରେ ଭରପୂର ହୋଇଛି। ବେଙ୍ଗଲର ଭାଗ୍ୟଲିପିରେ ଏକ ନୂଆ ସମୃଦ୍ଧ ଅଧ୍ୟାୟ ଯୋଡ଼ି ହୋଇଛି।

କଂଗ୍ରେସର ବର୍ତ୍ତମାନର ଗତିପଥକୁ ନେଇ ପ୍ରଧାନମନ୍ତ୍ରୀ ଗଭୀର ଚିନ୍ତା ପ୍ରକଟ କରିବା ସହ ତୀବ୍ର ସମାଲୋଚନା କରିଛନ୍ତି। ଯେଉଁ ସମୟରେ ସାରା ଦେଶ କମ୍ୟୁନିଜମକୁ ପ୍ରତ୍ୟାଖ୍ୟାନ କରିସାରିଛି, କଂଗ୍ରେସ ସେହି ବିଚାରଧାରାକୁ ଆପଣେଇବାରେ ବ୍ୟସ୍ତ ଅଛି।” ଜଙ୍ଗଲରୁ ଶେଷ ହେଉଥିବା ମାଓବାଦ ଆଜି କଂଗ୍ରେସ ଭିତରେ ନିଜର ଆସ୍ଥାନ ଜମାଇଛି। କଂଗ୍ରେସ ଏବେ ‘ଅର୍ବାନ ନକ୍ସଲ’ମାନଙ୍କର ଏକ ଗ୍ୟାଙ୍ଗରେ ପରିଣତ ହେଉଛି। ପ୍ରଧାନମନ୍ତ୍ରୀ ଚେତାଇ ଦେଇଛନ୍ତି ଯେ, ଜନସାଧାରଣଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ବିଚାରଧାରାକୁ ଯିଏ ବି ଆପଣେଇବ, ଜନତା ତାଙ୍କୁ ମଧ୍ୟ ପ୍ରତ୍ୟାଖ୍ୟାନ କରିବେ।