କେରଳ : କେରଳରେ କଂଗ୍ରେସର ବାଜିମାତ୍ । ବାମପନ୍ଥୀଙ୍କ ୧୦ ବର୍ଷର ଶାସନରେ ପଡ଼ିଲା ପୂର୍ଣ୍ଣଛେଦ । ପୁଣି ଫେରିଲା UDF । କେରଳ ରାଜନୀତିରେ ପୁଣି ଥରେ ପରିବର୍ତ୍ତନର ଧାରା । ଦୀର୍ଘ ୧୦ ବର୍ଷ ଧରି କ୍ଷମତାରେ ଥିବା ବାମପନ୍ଥୀ ଗୋଷ୍ଠୀ (LDF) କୁ ଶକ୍ତ ଝଟକା ଦେଇ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ ଫ୍ରଣ୍ଟ (UDF) କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିଛି ।
୧୪୦ ଆସନ ବିଶିଷ୍ଟ କେରଳ ବିଧାନସଭାରେ UDF ୧୦୨, ଅନ୍ୟପଟେ ଶାସକ LDF ମାତ୍ର ୩୫ ଓ ବିଜେପି ୩ ଆସନ ପାଇଛି| UDF ର ଏହି ବିପୁଳ ବିଜୟ ପଛର ୫ଟି ପ୍ରମୁଖ କାରଣ ରହିଛି ।
କେରଳର ପାରମ୍ପରିକ ରାଜନୀତିରେ ପ୍ରତି ୫ ବର୍ଷରେ ସରକାର ବଦଳିଥାଏ । କିନ୍ତୁ ୨୦୨୧ରେ ପିନାରାୟୀ ବିଜୟନ ଏକ ଇତିହାସ ରଚି ଲଗାତାର ଦ୍ୱିତୀୟ ଥର କ୍ଷମତା ଦଖଲ କରିଥିଲେ । ତେବେ ୨୦୨୬ ବେଳକୁ ଲୋକଙ୍କ ମଧ୍ୟରେ ୧୦ ବର୍ଷର ଶାସନକୁ ନେଇ କ୍ଲାନ୍ତି ଓ ଅସନ୍ତୋଷ ଦେଖାଦେଲା । ବଢୁଥିବା ଋଣବୋଝ, ଦୁର୍ନୀତି ଅଭିଯୋଗ ଏବଂ ବିକାଶମୂଳକ କାର୍ଯ୍ୟରେ ବିଳମ୍ବ ଯୋଗୁଁ ଭୋଟରମାନେ ପୁଣି ଥରେ UDF କୁ ବାଛିଛନ୍ତି ।
