ବାରିପଦା : ଚଳିତ ବର୍ଷ ମଧ୍ୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରାଇରଙ୍ଗପୁର ମାଟ୍ରିକ ପରୀକ୍ଷା ରେ ଅଦ୍ଭୁତ ପୂର୍ଣ୍ଣ ସଫଳତା ହାସଲ କରିଛି । ଚଳିତ ବର୍ଷ ମୋଟ ୧୧୭ ଜଣ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ ସେଥି ମଧ୍ୟ ରୁ A1 – 04ଜଣ ,A2-19ଜଣ ,B1 – 25 ଜଣ B2 -29 ଜଣ,C – 28 ଜଣ ,D – 12 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଦ୍ୟାଳୟ ର ଛାତ୍ରୀ ପ୍ରାଚୀ ମିଶ୍ର 562ନମ୍ବର ରଖି ଟପର ହୋଇଥିବା ବେଳେ କୃତି କୃଷ୍ଣ ମହାନ୍ତ 546, ପ୍ରଜୟା ନନ୍ଦ ମିଶ୍ର 541, ଜିଜ୍ଞାସା ରାଉତ 540 ନମ୍ବର ରଖି ବିଦ୍ୟାଳୟ ପାଇଁ ଗୌରବ ଆଣି ଦେଇଛନ୍ତି ।ଏହି ସଫଳତା ପାଇଁ ବିଦ୍ୟାଳୟ ର ପରିଚାଳନା ସମିତି ର ସଦସ୍ୟ ସଦସ୍ୟା ଓ ଗୁରୁଜୀ ଗୁରୁମା ଓ ଅଭିଭାବକ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟୁଛି ।
