IMG 20260503 WA0173

 ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ପାଳିତ 

ରାଜ୍ୟ
ବାରିପଦା : ସାନ୍ତାଳୀ ଭାଷା ଅଲଚିକି ଲିପିର ସ୍ରଷ୍ଟା ପାରସି ସିଞ୍ଜ ଚାନ୍ଦ ଅଲ୍ ଗୁରୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୧ତମ ଜନ୍ମ ଜୟନ୍ତୀ ଅବସରରେ ମୟୁରଭଞ୍ଜ ଜିଲ୍ଲା  ବହଳଦା ବ୍ଲକର ବଡ଼ପଳସା ପଞ୍ଚାୟତ ଅଧୀନରେ ଥିବା ବାଡେପଟକା ଠାରେ ଏକ ସ୍ମୃତି ସଭା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମଟି ଖେରୱାଳ ସାୱାଁର ସାରନା ଗାଁୱାତା ବାଡେପଟକା ପକ୍ଷରୁ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମର ମାଝି ବାବା, ନାୟକେ ବାବାଙ୍କ ସହିତ ବହୁ ମାଧ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ।
ଏଥିରେ ମୁଖ୍ୟ ଅତିଥି ଭାବେ ପାଳସା ପିଢ ପରଗଣା ଭଗୀରଥୀ ହାଁସଦାଃ, ଓଲିଡିହର ମାଝି ବାବା  ବିଶ୍ୱନାଥ ମୁର୍ମୁ, ରାମଗଡ଼ ମାଝି ବାବା, ପଟୁଆ ଗ୍ରାମର ଅଲ ଚିକି ପ୍ରେମୀ ମକ୍ର ମୁର୍ମୁ, ବାଡେପଟକା ର ନାୟକେ ବାବା ବାଜାଃ ମୁର୍ମୁ ଏବଂ ସ୍ବତନ୍ତ୍ର ଅତିଥି ଭାବେ ଗୁରୁଚରଣ ହାଁସଦାଃ ଉପସ୍ଥିତ ଥିଲେ। ଅତିଥି ମାନେ ତାଙ୍କର ଉଦବୋଧନରେ  ସାନ୍ତାଳ ସମାଜର ଏକତା, ପରିଚୟ ଓ ଭବିଷ୍ୟତ ପ୍ରତି ଗଭୀର ଚିନ୍ତା ପ୍ରକାଶ କରିଥିଲେ ଏବଂ ସମାଜିକ ବ୍ୟବସ୍ଥା ଓ  ପରସ୍ପର ମଧ୍ୟରେ ଏକତା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ସମସ୍ତ ଅତିଥି ମାନଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାମରେ ଜାରି ହୋଇଥିବା ଡାକ ଟିକଟ ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମଟିକୁ ସଫଳ କରିବାରେ କୁଶଧର ହାଁସଦାଃ, ସୁରାଇ ଚରଣ ମୁର୍ମୁ, ମୀନକେତନ ଟୁଡୁ, ଶାଂଖାର ହାଁସଦାଃ, ପଣ୍ଡା ଚରଣ ମୁର୍ମୁ, ବିକ୍ରମ ହାଁସଦାଃ, ମୁଚିରାମ ହାଁସଦାଃ, ଶ୍ୟାମ ଚରଣ ହାଁସଦାଃ, ମହେଶ୍ୱର ହାଁସଦାଃ ଏବଂ ଖେରୱାଳ ସାୱାଁର ସାରନା ଗାଁୱାତା ସଂଗଠନର ସମସ୍ତ ସକ୍ରିୟ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ।