IMG 20260502 WA0069

ସଦଭାବନା ସମିତିର ୫୬୩ତମ ମାସିକ ସନ୍ଥ ଦିବସ ପାଳିତ 

ରାଜ୍ୟ
ବାରିପଦା : ଦୁର୍ବଳକୁ ଶୋଷଣ, ପାରିବାରିକ କଷଣ, ଧର୍ମ ନାମରେ ଦୂଷଣ ବିରୁଦ୍ଧରେ ସତ୍ୟର ସମ୍ଭାଷଣ ହିଁ ପ୍ରକୃତ ପ୍ରବଚନ, ନଚେତ୍ ତାହା ପ୍ରହସନ। ବିଶ୍ଵ ଜନ ସମୁଦାୟକୁ ଭାଇଚାରା ପାଇଁ ପ୍ରଥମ ଜୟ ସନ୍ଥ-ଜୟ ସମାଜର ସ୍ଲୋଗାନ୍ ଦେଇ ସଦ୍‌ଭାବନା ସମିତିର ଗୋପବନ୍ଧୁ ଭବନଠାରେ ୫୬୩ ତମ ମାସିକ ସନ୍ଥ ଦିବସ କୋଷାଧ୍ୟକ୍ଷ ସନ୍ଦିପ କୁମାର ଚାନ୍ଦଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଛି । ବୁଦ୍ଧ ପୂର୍ଣ୍ଣିମାରେ ପ୍ରଥମେ ଭଗବାନ ବୁଦ୍ଧ ଏବଂ ସନ୍ଥ ଭୀମଭୋଇଙ୍କୁ ଶ୍ରଦ୍ଧା ସୁମନ ଜ୍ଞାପନ କରାଯାଇଥିଲା।
ବୁଦ୍ଧଦେବଙ୍କ ବାଣୀ ମତେ ପୁରୁଣା ପୁରାଣ ଶାସ୍ତ୍ର ଉପଦେଶଠାରୁ ନିଜେ ଉଦାହରଣ ହୋଇ ନିଜର ଅନୁଭବ ଶାସ୍ତ୍ର ସଭା ସମିତିରେ ଶିକ୍ଷା ଦିଏ  ଯେ କର୍ମ ଘେନି ଧନ୍ୟ ସେ ହିଁ ପ୍ରକୃତ ଧନୀ- ପ୍ରସଙ୍ଗ ରଖାଯାଇଥିଲା। ସମିତିର ପ୍ରତିଷ୍ଠାତା ଧର୍ମରତ୍ନ ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ କଥାରେ ପତ୍ର ପତ୍ରିକାରେ ଛବିର ମଣିଷ ହେବାଠାରୁ କାମରେ ସତ୍ୟ ଶୋଧକ ସମାଜ ଗଠନ ପାଇଁ ପରିବର୍ତନର ବାହକ ହେବା ମାନବ ଧର୍ମ ମନ୍ତବ୍ୟ ରଖିଥିଲେ।
ପ୍ରସଙ୍ଗ ଉପରେ ମୁଖ୍ୟଅତିଥି ଡ ବିଜୟ କୁମାର ଅଗ୍ରଓ୍ବାଲା, ମୁଖ୍ୟବକ୍ତା ରାଖାଲ ଚନ୍ଦ୍ର ପରିଡା, ସମ୍ମାନିତ ଅତିଥି ଭାବେ ଗାୟତ୍ରୀ ପରିବାରର ଗଗନ ବିହାରୀ ବେହେରା, ପ୍ରଜାପିତା ପରିବାର ବ୍ରହ୍ମ କୁମାରୀ ଭାରତୀ, ବିରଜା ଦେବୀ, ଡ କୁଞ୍ଜବନ ପୃଷ୍ଟି, ଡ ଯୋଗେନ୍ଦ୍ର ନାଥ ପଣ୍ଡା, ଡ ରାଜେନ୍ଦ୍ର କୁମାର ସାମଲ, ନନ୍ଦ କୁମାର ମହାପାତ୍ର, ଅଶୋକ କୁମାର ପଲେଇ ଓ ହିମାଁଶୁ କୁମାର ଦାସ ପ୍ରମୁଖ ଯୋଗଦେଇ  ଯିଏ ନିଜ ସ୍ୱାର୍ଥ ପାଇଁ ବଞ୍ଚେ, ତାହା ତା’ର ଦାନବ ପ୍ରକୃତି ମାତ୍ର, ଯେ ପରହିତ ଲାଗି ପଥର ପଡିଲେ ସହେ, ତାହା ତାର ସଂସ୍କୃତି ବୋଲି ବକ୍ତବ୍ୟ ରଖିଥିଲେ। ସଭା ପ୍ରାରମ୍ଭରେ ସମ୍ପାଦକ ମାନସ ରଞ୍ଜନ ମହାପାତ୍ର ସ୍ଵାଗତ ଓ ଶେଷରେ ସନ୍ଧ୍ୟାରାଣୀ ପଣ୍ଡା ଧନ୍ୟବାଦ ଦେଇଥିଲେ।