ବାରିପଦା : ଆଦିବାସୀ ମାନଙ୍କ ଉପରେ କଳାହାଣ୍ଡି ଓ ରାୟଗଡା ର ସିଜିମାଳି , କେନ୍ଦୁଝର ର ପାଟନା ବ୍ଲକ ଓ ମୟୂରଭଞ୍ଜ ଜିଲ୍ଲାର ରାୟରଙ୍ଗପୁର ଅଂଚଳରେ ବଡ ବଡ ଖଣି ଖାଦାନ , କଳକାରଖାନାର ମାଲିକଙ୍କ ଇଂଗିତରେ ସରକାରଙ୍କ ପୁଲିସ ଓ ପ୍ରଶାସନ ଦ୍ୱାରା ଚାଲିଥିବା ଦମନଲୀଳା , ଅତ୍ୟାଚାର ଓ ବିସ୍ଥାପନ ଯୋଜନାକୁ ରୁରନ୍ତ ବନ୍ଦ କରିବା ପାଇଁ ଆଦିବାସୀ ମହାସଂଘ ଓଡିଶା ତରଫରୁ ଏକ ପ୍ରତିନିଧି ଦଳ ଓଡିଶାର ରାଜ୍ୟପାଳ , ମୁଖ୍ୟମନ୍ତ୍ରୀ ଏବଂ ଭାରତର ମହାମହିମ ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଦାଖଲ କରାଯାଇଛିା
ଆଦିବାସୀମାନଙ୍କ ଉପରେ ଅତ୍ୟାଚାର ସବୁ ସୀମା ଉଲଂଘନ କରି ସିଜିମାଳିରେ ରାତିଅଧିଆ ପୁଲିସ ଜରିଆରେ ସେମାନଙ୍କୁ ପିଟାମରା କରି ଘରୁ ଉଠାଇନେବା ମହିଳା ଓ ଗର୍ଭବତୀ ମାନଙ୍କ ଉପରେ ମଧ୍ୟ ଜୁଲୁମ କରାଯାଇ ଜବରଦସ୍ତି ଜେଲରେ ଭର୍ତି କରିଦେବା ଭଳି ଅମାନୁଷିକ କାର୍ଯ୍ୟ ଫଳରେ ସମସ୍ତ ମାନବିକ ଓ ସାମ୍ବିଧାନିକ ଅଧିକାରକୁ ଉଲଂଘନ କରାଯାଇଛି ଏବଂ ଆଦିବାସୀମାନଙ୍କୁ ତାଙ୍କ ଜମି , ଘର ଓ ଜୀବନ ଜୀବିକାରୁ ବିସ୍ଥାପନ କରିବା,ପର୍ଯ୍ୟାବରଣକୁ ଅପୁରଣୀୟ କ୍ଷତିକରାଯାଉଥିବାରୁ ଆଦିବାସୀ ମହାସଂଘ ଓଡିଶା ତରଫରୁ ଦୃଢଭାବେ ବିରୋଧ କରାଯାଇଛି ।
ଏହା ବ୍ୟତୀତ ପେସା ଆଇନକୁ କାର୍ଯ୍ୟକରିବା , ଆଦିବାସୀମାନଙ୍କ ପାଇଁ ସ୍ୱତନ୍ତ୍ର ଧର୍ମକୋଡ ଲାଗୁକରିବା , ମୁଣ୍ଡାରୀ , ଗଣ୍ଡି, କୁଇ , କୁରୁଖ ୍ , ସୌରା ଓ ହୋ ଆଦିାବସୀ ଭାଷା ଗୁଡିକର ସାମ୍ବିଧାନିକ ସ୍ୱୀକୃତି ତଥା ଓଡିଶାର ରାଜଭାଷା ରୁପେ ସ୍ୱୀକୃତି ଦେବା ଓ ଜଳ , ଜଙ୍ଗଲ ଓ ଜମି ପାଇଁ ସୁରକ୍ଷା ନିମନ୍ତେ ତୁରନ୍ତ ପଦକ୍ଷେପ ନେବା ପାଇଁ ଆଦିବାସୀ ମହାସଂଘ ଓଡିଶା ଦୃଢ ଭାବେ ଦାବୀ କରିଅଛିା ଉପରୋକ୍ତ ଦାବି ତଥା ସମସ୍ୟା ଗୁଡିକର ତୁରନ୍ତ ସମାଧାନ ନ ହେଲେ ଆଗାମୀ ଦିନରେ ବୃହତର ଆନ୍ଦୋଳନର ସୁତ୍ରପାତ ହେବ ବୋଲି ଆଦିବାସୀ ମହାସଂଘ ତରଫରୁ ଚେତାବନୀ ଦିଆଯାଇଛିା ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦାଖଲ କରିବା ସମୟରେ ଆଦିବାସୀ ମହାସଂଘ ଓଡିଶାର ମହିଳା ସଭାପତି ସୁକାନ୍ତି ନାୟକ, ଜିଲ୍ଲାସଭାପତି ରବିନ୍ଦ୍ରନାଥ ସିଂହ , ନାଥ ସିଂହ , ପଦ୍ମଲୋଚନ ଟୁଡୁ, ଦୟାନିଧି ନାୟକ , ବାଇଧର ସିଂହ , ସବରନ ୍ ସିଂହ , ଗଜପତି ନାୟକ ଓ ପ୍ରଦୀପ କୁମାର ନାୟକ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।
