IMG 20260424 WA0234

ଓଡ଼ିଶା ମହିଳା ଆଇନଜୀବୀ ସଂଘ ପକ୍ଷରୁ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସଫେଇ କାର୍ଯ୍ୟକ୍ରମ

ରାଜ୍ୟ
ବାରିପଦା : ବିଶ୍ୱ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ଅବସରରେ ଓଡ଼ିଶା ମହିଳା ଆଇନଜୀବୀ ସଂଘ ପକ୍ଷରୁ ‘ବନ୍ଦେ ବରପୁତ୍ରମ’ କାର୍ଯ୍ୟକ୍ରମ ଆହ୍ୱାନରେ ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସଫେଇ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସଂଘର କେନ୍ଦ୍ରୀୟ ଉପ ସଭାପତି ଆଡଭୋକେଟ୍ ସୁଜାତା ମିଶ୍ରଙ୍କ ନେତୃତ୍ୱ ଓ ଜୋନାଲ ଭାଇସ୍ ପ୍ରେସିଡେଣ୍ଟ ଆଡଭୋକେଟ୍ ଚିନ୍ମୟୀ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ଆଇନଜୀବୀ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ସଂଘର କାର୍ଯ୍ୟନିର୍ବାହୀ ସଦସ୍ୟ ମଧୁସ୍ମିତା ନାୟକ, ସ୍ୱପ୍ନା ମହାନ୍ତି, ସୋନାଲ ମିଶ୍ର, ଜିଲ୍ଲା ବାର୍ ଆସୋସିଏସନର ସିନିଅର ଆଡଭୋକେଟ୍ କାବେରୀ ମିଶ୍ର, ପାର୍ବତୀ ବାରିକ, ଆଡଭୋକେଟ୍ ସ୍ୱରୂପ କୁମାର ମିଶ୍ର, କ୍ଷେତ୍ରମୋହନ ପଣ୍ଡା, ଦେବରାଜ ମିଶ୍ର, ଗିରିଶ ଚନ୍ଦ୍ର ମହାପାତ୍ର, ସତ୍ୟନାରାୟଣ ବେହେରା, ସଂଗ୍ରାମ ପଣ୍ଡା, ରାକେଶ ଜେନା, ସୁମିତ ବାରିକ, ଭାସ୍ୱତୀ ପଣ୍ଡା, ଜୟଶ୍ରୀ ଦାସ, ଲିପିକା ପୁହାଣ, ଜୟନ୍ତୀ ସିଂହ, ସ୍ୱୀକୃତି ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ କଚେରୀ ପରିସରରେ ଥିବା ଉତ୍କଳମଣି ଗୋପବନ୍ଧୁ ଓ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି କୁ ସଫେଇ ସହ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l  “ପୂଜ୍ୟ ପୂଜାର ପରମ୍ପରା ହିଁ ଆମ ସଂସ୍କୃତିର ଅଙ୍ଗ ବୋଲି ଆଡଭୋକେଟ୍ ସୁଜାତା ମିଶ୍ର କହିଥିବା ବେଳେ ପ୍ରତିବର୍ଷ ଏହି ଦିବସକୁ ନିଷ୍ଠାର ସହ ପାଳନ କରାଯିବ ବୋଲି ସଂଘ ପକ୍ଷରୁ ଘୋଷଣା କରାଯାଇଛି।