Dead body 300x173 1 150x150

ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ

ରାଜ୍ୟ

ବାରିପଦା : ପତ୍ନୀ କୁ ପିଟି ପିଟି ମାରିଦେଲା ସ୍ୱାମୀ l ଏହିଭଳି ଏକ ଦୁଖଃଦ ଘଟଣା ଘଟିଅଛି ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଞ୍ଚଳରେ l ଉକ୍ତ ଥାନା ଅନ୍ତର୍ଗତ ବଗଲାଢିପା ଗ୍ରାମର ଗଣେଶ ପାତ୍ରର ଗତକାଲି ରାତ୍ରୀରେ ସ୍ତ୍ରୀ ମିତା ସହିତ କୌଣସି କଥା କୁ ନେଇ ଝଗଡା ହୋଇଥିଲା l ଏଥିରେ ଉତ୍ୟକ୍ତ ହୋଇ ଗଣେଶ ଏକ ବାଡ଼ିରେ ସ୍ତ୍ରୀ ମିତା କୁ ନିର୍ଘାତ ପ୍ରହାର କରିଥିଲା l ଫଳରେ ସିଏ ଗୁରୁତର ଆହତ ହୋଇଥିଲେ l ତାଙ୍କୁ ସ୍ଥାନୀୟ କିସାନତାଣ୍ଡି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା l

ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା l ମୃତକଙ୍କ ପରିବାରଵର୍ଗ ଙ୍କ ଅଭିଯୋଗ ଅନୁଯାୟୀ ଗଣେଶ ସାତବର୍ଷ ପୂର୍ବେ ଆଗଡା ଗ୍ରାମର ମିତା ଙ୍କୁ ବିବାହ କରିଥିଲେ l ପୂର୍ବରୁ ସବୁବେଳେ ଗଣେଶ ଏବଂ ତାର ପରିବାରଲୋକେ ମିତାକୁ ଯୌତୁକ ପାଇଁ ନିର୍ଯ୍ୟାତନା ଦେଇଆସୁଥିଲେ l ଏଥି ସହିତ ଗଣେଶ ମିତା କୁ ମଧ୍ଯ ପ୍ରାୟ ସମୟରେ ପିଟାମରା କରୁଥିଲେ l ଡାକ୍ତରଖାନାରେ ପୋଲିସ ପହଂଚି ଶବ କୁ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇଛି l ଏଥି ସହ ଥାନାରେ ଏକ ହତ୍ୟା ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଗଣେଶ କୁ ଅଟକ ରଖି ଅଧିକ ତଦନ୍ତ କରୁଅଛି l