ବାରିପଦା : ସ୍ଥାନୀୟ ଭଂଜପୁର ଜଗଦ୍ଧାତ୍ରୀ ମେଳା ପଡିଆରେ ଭଂଜପୁର ସାଇ ପ୍ରଚାରକ ମଣ୍ଡଳୀ ଆନୁକୂଲ୍ୟରେ ୧୫ଶ ବାର୍ଷିକ ଶ୍ରୀ ଶ୍ରୀ ଶିରିଡି ସାଇ ସତସଙ୍ଗ ମେ ମାସ ୯ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଅଛି I ଏହି ଅବସରରେ ଭଂଜପୁର ଠାରେ ନୂତନ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି I ଉକ୍ତ କାର୍ଯ୍ୟାଳୟରେ ଆୟୋଜନ କମିଟିର ସଭାପତି ପଦ୍ମଲୋଚନ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଅତିଥି ଭାବେ ସମାଜସେବୀ ନନ୍ଦିକେଶ ଶେଜପଡା, ପୂର୍ବତନ କାଉନସିଲର ଦେବାଶିଷ ଦାସ, ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରି, ବରିଷ୍ଠ ଶିକ୍ଷକ ଡଃ ଶଶୀଧର ବିଶ୍ୱାଳ ତଥା ଅଧ୍ୟକ୍ଷ ପୁରୁଷୋତ୍ତମ ମହାନ୍ତି, ଉପାଧ୍ୟକ୍ଷ ସତ୍ୟନାରାୟଣ ଜୀ, ସମ୍ପାଦକ ରସିକାନନ୍ଦ ମିଶ୍ର, ସହ ସମ୍ପାଦକ ଇନ୍ଦୁଭୂଷଣ ପ୍ରଧାନ, କୋଷାଧ୍ୟକ୍ଷ ରାଜେନ୍ଦ୍ର ବିନ୍ଧାଣି ତଥା ସଦସ୍ୟ କୁନା ବେଜ, ରଜତ ସାହୁ, ବାବାଜୀ ମହାନ୍ତି ଏବଂ ପୂଜକ ଦୀପ୍ତି ମିଶ୍ର ଓ ନାଗାର୍ଜୁନ ଦାଶଙ୍କ ସମେତ ସମସ୍ତ ସଭ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପନ୍ନ କରିବା ପାଇଁ ନିଜନିଜର ସୁଚିନ୍ତିତ ମତାମତ ଦେଇଥିଲେ I
ସହ କୋଷାଧ୍ୟକ୍ଷ୍ୟ ଅବନୀ ଶଙ୍କର ଷଡ଼ଙ୍ଗୀ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ସମାଜସେବୀ ସୋମନାଥ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ I ଉକ୍ତଦିନ ସକାଳ, ମଧ୍ୟାହ୍ନ ଓ ସନ୍ଧ୍ୟା ଆଳତୀ ସହ ସନ୍ଧ୍ୟାରେ ଭଜନ କାର୍ଯ୍ୟକ୍ରମ ଏବଂ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ରହିଛି ବୋଲି ସମ୍ପାଦକ ଶ୍ରୀ ମିଶ୍ର ଜଣାଇଛନ୍ତି I ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପ୍ରାୟ ୫ ହଜାର ଭକ୍ତଙ୍କ ସମାଗମକୁ ଲକ୍ଷ୍ୟକରି ଉପଯୁକ୍ତ ପଦକ୍ଷେପ ନେବା ଉପରେ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଥିଲା I
