IMG 20260420 WA0185

 ଜଗନ୍ନାଥ ମନ୍ଦିର ପରିସରରେ ରଥକାଠ ଅନୁକୂଳ

ରାଜ୍ୟ
ବାରିପଦା : ଆଜି ପବିତ୍ର ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା  ବା ଅକ୍ଷୟ ତୃତୀୟା ଓଡ଼ିଆଙ୍କର ଏକ ପ୍ରସିଦ୍ଧ ପର୍ବ ।ମାହେନ୍ଦ୍ର ଵନ ଯୋଗିନୀ ଅନୁଯାୟୀ ଏହି ଦିନରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଥାଏ ।ଏହି ରିତିନୀତି ଅନୁସାରେ ଆଜି ଅପରାହ୍ନରେ  ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ  ପ୍ରଷିଦ୍ଧ ବାରିପଦା ଶ୍ରୀ ଶ୍ରୀ ହରିବଳଦେବଜୀଉ ବଡ଼ ଜଗନ୍ନାଥ ମନ୍ଦିରରେ‌ ମୁଖ୍ୟ ପୂଜକ ଙ୍କ ଦ୍ଵାରା  ସ୍ତ୍ରୋତ୍ରୀୟ ମନ୍ତ୍ର ଦ୍ଵାରା ପୂଜାର୍ଚନା ପରେ ମନ୍ଦିରର ସମ୍ମୁଖ ଖଳାରେ ରଥକାଠ ପୂଜାର୍ଚ୍ଚନା କରିଥିଲେ । ମହାରଣା   ଙ୍କ  ଦ୍ଵାରା ଶାଢ଼ୀ ବନ୍ଧା ନୀତି ହୋଇଥିଲା ।ସମସ୍ତ ଦେବଦେବୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା ।ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ପୂଜାର୍ଚ୍ଚନା କରାଯାଇଥିଲା ।ଏହି ଅବସରରେ  ମନ୍ଦିର ଚୂଳରେ ନୂତନ ପତକା ଲଗାଇଥିଲେ । ହୋମଯଜ୍ଞ,ହୁଳହୁଳି,ଘଣ୍ଟା ,ଜୟ ଜଗନ୍ନାଥ ଧାରାରେ ପ୍ରକମ୍ପିତ ହୋଇଥିଲା ମନ୍ଦିର ବେଢ଼ା । ପରେ ମହାରଣା କୁରାଢ଼ିରେ ଅଖ ଛେଦନ କରି ରଥ ନିର୍ମାଣର ଶୁଭାରମ୍ଭ କରିଥିଲେ ।ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଓ ଏହି ରଥଯାତ୍ରା  ସୁରୁଖୁରୁରେ  କିଭଳି ସମ୍ପାଦନ ହେବ ସେ ନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।ଏହି ଭବ୍ୟ ପୂଜା କାର୍ଯ୍ୟକ୍ରମରେ ମନ୍ଦିରର ସମସ୍ତ ପୂଜକ, ପ୍ରଶାସନିକ ଅଧିକାରୀ ଙ୍କ ସମେତ ଦେବୋତ୍ତର ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ  । ସେହିପରି ବାରିପଦାସ୍ଥିତ ସାନ ଜଗନ୍ନାଥ ମନ୍ଦିରରେ ମଧ୍ଯ ଆଜି ରଥକାଠ ଅନୁକୂଳ କାର୍ଯ୍ୟ ରୀତି ନୀତି ଅନୁଯାୟୀ ସମ୍ପର୍ଣ୍ଣ ହୋଇଅଛି l