IMG 20260417 WA0182

ଜିଲ୍ଲା ଶିକ୍ଷା ଓ ତାଲିମ ପ୍ରତିଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର 

ରାଜ୍ୟ
ବାରିପଦା : ସ୍ଥାନୀୟ  ମୁର୍ଗାବାଡି ସ୍ଥିତ ଜିଲ୍ଲା ଶିକ୍ଷା ଓ ତାଲିମ ପ୍ରତିଷ୍ଠାନ ପରିସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଅତିଥି ଭାବେ ଯୋଗଦେଇ ପୂର୍ବତନ ଅଧ୍ୟକ୍ଷ ଅନାଦି ବିନ୍ଧାଣି, ସମାଜସେବୀ ଅମର କୁମାର ସେଠି ଓ ସୋମନାଥ ସିଂହ ଏହି ଶିବିରକୁ ଉଦଘାଟନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ I ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରମୋଦ କୁମାର ଡାକୁଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶୁବିରରେ ନିଜେ ଅଧ୍ୟକ୍ଷ ଶ୍ରୀ ଡାକୁଆ, ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଅଭିମନ୍ୟୁ ବେହେରା ଓ ଜଗେଶ୍ୱର ଘୋଷ ମହାପାତ୍ର ତଥା ଶିକ୍ଷକ ପ୍ରଶିକ୍ଷକ ଭବେଶ ଚନ୍ଦ୍ର ଦେହୁରୀ, ଦିଲ୍ଲୀପ କୁମାର ସିଂ, ସୂର୍ଯ୍ୟନ୍ଦୁ ଦାସ, ସଂଜୀବ କୁମାର ପାତ୍ର ଓ ସେକ୍ସନ ଅଫିସର ବନ କୁମାରୀ ସିଂ ପ୍ରମୁଖ ରକ୍ତଦାନ କରି ଛାତ୍ରଛାତ୍ରୀମାନଙ୍କୁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିଥିଲେ I
ଏହି ଶିବିରରେ ମୋଟ ୩୫ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା I ଅନେକ ଛାତ୍ରଛାତ୍ରୀ ଉତ୍ସାହର ସହ ପ୍ରଥମ ଥର ପାଇଁ ରକ୍ତଦାନ କରିଥିଲେ I ଓଡିଶା ରକ୍ତ କେନ୍ଦ୍ର, ବାରିପଦା ର ମେଡିକାଲ ଅଫିସର ଡଃ ନୀଲେଶ ଦାସଙ୍କ ନେତୃତ୍ୱରେ ପାର୍ଥସାରଥୀ ମହାନ୍ତ, ଛବି ମହାନ୍ତ, ପ୍ରଫୁଲ୍ଲ ମାଝୀ, ଶମ୍ଭୁନାଥ ପଲେଇ ରକ୍ତ ସଂଗ୍ରହ କରିଥିଲେ I ରକ୍ତକେନ୍ଦ୍ର ତରଫରୁ ସମସ୍ତ ରକ୍ତଦାତା ଓ ଅନୁଷ୍ଠାନକୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା I ଶିକ୍ଷକ ପ୍ରଶିକ୍ଷିକା ଲିପିକା ଦାସ, ସାଗରିକା ମହାପାତ୍ର ଶିବିର ପରିଚାଳନାରେ ସହଯୋଗ କରିଥିଲେ I