IMG 20260416 WA0158

ଜିଲ୍ଲାସ୍ତରୀୟ ପଲ୍ଲିଶ୍ରୀ ମେଳା -୨୦୨୬ ଉଦଯାପିତ

ରାଜ୍ୟ
  • ୭୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର କାରବାର
ବାରିପଦା : ସ୍ଥାନୀୟ ଛଉ ପଡ଼ିଆରେ ଦୀର୍ଘ ପାଞ୍ଚ ଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ପଲ୍ଲିଶ୍ରୀ ମେଳା-୨୦୨୬ ଇତି ମଧ୍ୟରେ ଉଦଯାପିତ ହୋଇଛି । ଚଳିତ ମେଳାରେ ପ୍ରାୟ ୭୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର କାରବାର ହୋଇଛି । ମେଳାରେ ସର୍ବାଧିକ ଉତ୍ପାଦ ବିକ୍ରିରେ କେନ୍ଦ୍ରାପଡାର ସୃଜନୀ ପିଜି, ଶ୍ରେଷ୍ଠ ଡିସପ୍ଲେ ଆର୍ଟିଷ୍ଟ ଭାବରେ ଗୋପୀନାଥ ସାହୁ (ଗୁଣପୁର, ରାୟଗଡ଼ା), ଶ୍ରେଷ୍ଠ ଅଭିନବ ଷ୍ଟଲ୍- ବାଉଁଶ ପ୍ରଡ୍ୟୁସର୍ ଗ୍ରୁପ୍, ବାଙ୍ଗିରିପୋଷି  ପୁରସ୍କୃତ ହୋଇଛନ୍ତି । ସେହିପରି ବିଭିନ୍ନ ଫଟୋଗ୍ରାଫି ଓ କ୍ଷୁଦ୍ର ଭିଡିଓ (ରିଲ୍ସ୍) ନିର୍ମାଣରେ ସଟ୍ଟର ସଲ୍ ଗ୍ରୁପ୍ (ମହାରାଜା ଶ୍ରୀରାମଚନ୍ଦ୍ର ବିଶ୍ୱବିଦ୍ୟାଳୟ, ତକତପୁର) ପୁରସ୍କୃତ ହୋଇଛି । ଶ୍ରେଷ୍ଠ ପ୍ରଦର୍ଶନୀରେ କୃଷି ଏବଂ କୃଷକ ସଶକ୍ତିକରଣ, ଶ୍ରେଷ୍ଠ ଅଭିନବ ଉତ୍ପାଦ ଷ୍ଟଲ୍ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ, ମୟୂରଭଞ୍ଜ, ଶ୍ରେଷ୍ଠ ସାମାଜିକ ସଚେତନତାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ବାରିପଦା ପୁରସ୍କୃତ ହୋଇଛନ୍ତି । ସେହିପରି ମୁରୁଜ ପ୍ରତିଯୋଗିତାରେ ବିଜୟା ମୁର୍ମୁ, ହୁଳହୁଳିରେ ଦିପ୍ତୀରେଖା ଦେଓ, ଶଙ୍ଖ ଫୁଙ୍କାରେ ମଲିକ ପଲ୍, ହନୁମାନ ଚାଳିଶାରେ ଶ୍ରୟାଂଶୀ ପାତ୍ର ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି ।
      ଏହି ଅବସରରେ ଆୟୋଜିତ ସାଂସ୍କୃତିକ ସଂନ୍ଧ୍ୟାରେ କାଲବେରିଆ ନୃତ୍ୟ (ରାଜସ୍ଥାନ), ବଜାଶାଲ୍ ନୃତ୍ୟ (କଳାହାଣ୍ଡି କଟପ୍ପା ଦଳ) ସମେତ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ନିଜ ନିଜର ନୃତ୍ୟ ପରିବେଷଣ ନୃତ୍ୟ ପ୍ରଦର୍ଶନ କରିଥିଲେ । ସେହିପରି ହାଇଦ୍ରାବାଦର ଦୁଃସାହସିକ କ୍ରୀଡ଼ା ମଲ୍ଲଖମ୍ୱ ପ୍ରଦର୍ଶନ ସମସ୍ତଙ୍କୁ ବିମୋହିତ କରିଥିଲା । ଏହି ଉଦଯାପନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅନ୍ୟତମ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାୟକ, ଉପ-ଜିଲ୍ଲାପାଳ କରଞ୍ଜିଆ ଡ଼. ଦୟାସିନ୍ଧୁ ପରିଡ଼ା, ତହସିଲଦାର ବାରିପଦା ଶ୍ରୀ ସପନ କୁମାର ସାହୁ, ସ୍ୱତନ୍ତ୍ର ଭୂ-ଅର୍ଜନ(ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ) ଅଧିକାରୀ ଶ୍ରୀ  ଲଲାଟେନ୍ଦୁ ସି, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଶୁଭାଶିଷ ନାୟକ, ଜିଲ୍ଲା ସାମାଜିକ ସମୀକ୍ଷକ ଶ୍ରୀ ପ୍ରଦୀପ ଚକ୍ରବର୍ତ୍ତୀ, ଜୀବନଜୀବିକା ପ୍ରକଳ୍ପ ମ୍ୟାନେଜର ଶ୍ରୀମତୀ ମଧୁସ୍ମିତା ଭୂୟାଁ, ଡେପୁଟି ସିଇଓ (ଓରମାସ୍) ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ରାଉତ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ ପ୍ରମୁଖ ମଞ୍ଚାସୀନ ଥିଲେ ।