IMG 20260415 WA0198

ମୟୂରଭଞ୍ଜ ସେବା ସଂଗଠନ ପକ୍ଷରୁ ପଣା ଓ ଖାଦ୍ୟ ବଣ୍ଟନ

ରାଜ୍ୟ
ବାରିପଦା : ପବିତ୍ର ଓଡ଼ିଆ ନବବର୍ଷ ଅବସରରେ ବାରିପଦା ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ମୟୂରଭଞ୍ଜ ସେବା ସଂଗଠନ” ପକ୍ଷରୁ ପଣା ଓ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୀଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସଂଗଠନର ପ୍ରତିଷ୍ଠାତା ସଭାପତି ଚିନ୍ମୟ ଦାସ, ଉପ-ସଭାପତି ସନ୍ଦୀପ କୁମାର ନାଥ, ସମ୍ପାଦକ ଭରତ କୁମାର ପାତ୍ର ଏବଂ ଉପଦେଷ୍ଟା ଅରବିନ୍ଦ ମୁଖିଙ୍କ ଉଦ୍ୟମରେ ସଂଗଠନ ପକ୍ଷରୁ ୨ ହଜାରରୁ ଅଧିକ ଲୋକଙ୍କୁ ବେଲ ପଣା ସହ ଶହେରୁ ଉର୍ଦ୍ଧ ଲୋକଙ୍କୁ ପୁରୀ ତରକାରୀ ବଣ୍ଟନ କରାଯାଇଥିଲା I ୨୦ ଜଣ ଅନାଥ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ କରାଯାଇ ସେମାନଙ୍କ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରାଯାଇଥିଲା I
ପ୍ରକାଶ ଥାଉକି ପ୍ରତି ମଙ୍ଗଳବାର ଭଳି ସଙ୍ଗଠନର ନିୟମିତ କାର୍ଯ୍ୟକ୍ରମ ଅନୁଯାୟୀ ଶହେରୁ ଉର୍ଦ୍ଧ ଅସହାୟ ଓ ନିରାଶ୍ରୟ ବ୍ୟକ୍ତିଙ୍କୁ ପେଟପୂରା ରନ୍ଧା ଖାଦ୍ୟ ପରଷା ଯାଇଥିଲା I ବାରିପଦା ବି.ଡି.ଓ ଦେବେନ୍ଦ୍ର ପ୍ରସାଦ ବଳ କୈଣସି ଜରୁରୀକାଳୀନ କାର୍ଯ୍ୟ ପାଇଁ ଏହି କାର୍ଯ୍ୟକ୍ରମରେ ଯୋଗ ନ ଦେଇଥିଲେହେଁ ସଂଗଠନର କାର୍ଯ୍ୟଶୈଳୀକୁ ପ୍ରଶଂସା କରିଥିଲେ I ଏଥିସହ ସମ୍ମାନିତ ଅତିଥି ଭାବେ ଡଃ ନିରୋଜ କୁମାର ପୋଥାଳ, ସୋମନାଥ ସିଂହ, ଚିତ୍ତରଞ୍ଜନ ସ୍ୱାଇଁ ଏବଂ ତୃପ୍ତି ମୋହନ ମହାପାତ୍ର ଉପସ୍ଥିତ ରହି ସ୍ବେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ। ସଂଗଠନର ସଦସ୍ୟ ହରିଶ ଚନ୍ଦ୍ର ଲେଙ୍କା, ହେମନ୍ତ ପ୍ରମାଣିକ, ରଶ୍ମିରେଖା ପ୍ରମାଣିକ, ତନୁଶ୍ରୀ ଦାସ, ଅଙ୍କିତ କୁମାର ସାହୁ, ରାମେଶ୍ୱର ସିଂହ, ପ୍ରସନ୍ନ କୁମାର ବେହେରା, କବିତା ବେହେରା ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହଯୋଗ କରିଥିବା ସମସ୍ତଙ୍କୁ ସଂଗଠନ ତରଫରୁ ଧନ୍ୟବାଦ ପ୍ରଦାନ କରାଯାଇଛି I