IMG 20260415 WA0183

ପ୍ରତୀକ ଅର୍ଗାନାଇଜେସନ୍ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ପଣା ବଣ୍ଟନ 

ରାଜ୍ୟ
ବାରିପଦା : ଓଡ଼ିଆ ନବବର୍ଷ ଓ ପବିତ୍ର ପଣା ସଂକ୍ରାନ୍ତି ଅବସରରେ ପ୍ରତୀକ ଅର୍ଗାନାଇଜେସନ୍ ଫର୍ ସୋସିଆଲ ଡେଭଲପମେଣ୍ଟ ପକ୍ଷରୁ ଶ୍ରୀ ଶ୍ରୀ ହରି ବଳଦେବଜୀଉଙ୍କ ମନ୍ଦିର ନିକଟରେ ପଥଚାରୀ ଓ ଶ୍ରଦ୍ଧାଳୁଙ୍କୁ ଥଣ୍ଡା ପାନୀୟ ଓ ପାରମ୍ପରିକ ଦହିପଣା ବଣ୍ଟନ କରାଯାଇଥିଲା I ପଣା ସଂକ୍ରାନ୍ତି ଓଡ଼ିଆ ସଂସ୍କୃତିରେ ଏକ ପବିତ୍ର ଓ ଆଧ୍ୟାତ୍ମିକ ପର୍ବ ଭାବେ ପରିଚିତ I ଓଡ଼ିଆ ନବବର୍ଷର ପ୍ରଥମ ଦିନରେ ପଣା ପାନ କରି ଶରୀର ଓ ମନକୁ ଶିତଳ କରିବା ସହ ଭଗବାନଙ୍କ ଆଶୀର୍ବାଦ କାମନା କରାଯାଏ I ସେହି ପରମ୍ପରାକୁ ଅଗ୍ରସର କରି ପ୍ରତୀକ ପରିବାର ପକ୍ଷରୁ ପ୍ରଥମେ ମହାପ୍ରଭୁଙ୍କୁ ତୁଳସୀ ପଣା ଅର୍ପଣ କରାଯାଇ ପରେ ପଣା ପ୍ରସ୍ତୁତ କରାଯାଇଥିଲା I ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ କରଞ୍ଜିଆ ଡଃ ଦୟାସିନ୍ଧୁ ପରିଡ଼ା ଯୋଗଦେଇ ଫିତା କାଟି ପଣା ଷ୍ଟଲର ଶୁଭ ଉଦଘାଟନ କରିଥିଲେ I
ପରେ ସେ ନିଜ ହାତରେ ଶ୍ରଦ୍ଧାଳୁଙ୍କୁ ପଣା ବଣ୍ଟନ କରିଥିଲେ I ମହାପ୍ରଭୁଙ୍କ ଦର୍ଶନ କରି ବେଢ଼ା ପରିକ୍ରମା କରିବା ପରେ ସେ ନିଜେ ମଧ୍ୟ ପଣା ପାନ କରିଥିଲେ ଏବଂ ପ୍ରତୀକ ପରିବାରର ଏହି ସାମାଜିକ ଉଦ୍ୟମକୁ ଭୁରିଭୁରି ପ୍ରଶଂସା କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ୨୫ନଂ ୱାର୍ଡ କାଉନସିଲର ଦେବାଶିଷ ପାତ୍ର, ୨୭ନଂ ୱାର୍ଡ କାଉନସିଲର ଶିବଶଙ୍କର ପାତ୍ର, ପ୍ରତୀକର ଉପଦେଷ୍ଟା ବରିଷ୍ଠ ସମାଜସେବୀ ଅନାଦି ପଣ୍ଡିତ, ବରିଷ୍ଠ ସାମ୍ବାଦିକ ସୁକାନ୍ତ ଜୀଉ, ପ୍ରତୀକର ସକ୍ରିୟ ସଦସ୍ୟ ସ୍ନେହାଶିଷ ପାଲ, ଉପଦେଷ୍ଟା ସୋମନାଥ ସିଂହ, ସାମ୍ବାଦିକ ଅଜିତ ଦାସ, ଟାଉନ ସଭାପତି ରାଜୀବ ସାହୁ, ସମ୍ପାଦକ ପ୍ରବୀର ବାରିକ, ପ୍ରତିଷ୍ଠାତା ପ୍ରତିମା ବାରିକଙ୍କ ସମେତ ପ୍ରତୀକ ପରିବାରର ବହୁ ସଦସ୍ୟ ଉପସ୍ଥିତ ରହି ପଣା ବଣ୍ଟନ କରିଥିଲେ I ପଣା ସଂକ୍ରାନ୍ତି ଅବସରରେ ଶ୍ରୀ ଶ୍ରୀ ହରି ବଳଦେବଜୀଉଙ୍କ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା I ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରି ପରମ୍ପରାଗତ ଭାବେ ପଣା ପାନ କରି ଆତ୍ମସନ୍ତୋଷ ଲାଭ କରିବା ସହ ପ୍ରତୀକ ଅର୍ଗାନାଇଜେସନର ଏହି ମାନବିକ ଉଦ୍ୟମକୁ ପ୍ରଶଂସା କରିଥିଲେ I ସଦସ୍ୟ, ସହଯୋଗୀ ଓ ନିମନ୍ତ୍ରିତ ଅତିଥିମାନଙ୍କ ସମନ୍ୱୟ ଓ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମ ସୁରୁଖୁରୁରେ ସମାପନ ହୋଇଥିଲା I