IMG 20260413 WA0204

ସାଇବର ସୁରକ୍ଷା ଉପରେ ସଚେତନତା କାର୍ଯ୍ୟକ୍ରମ

ରାଜ୍ୟ
ବାରିପଦା : ମୟୁରଭଞ୍ଜ ଜିଲ୍ଲା  ଶୁଳିଆପଦା ବ୍ଲକ ଅନ୍ତର୍ଗତ ଦେଉଳି ସରକାରୀ ଉଚ୍ଚ ବିଦ୍ୟାଳୟରେ ସାଇବର ସୁରକ୍ଷା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଚାନ୍ଦୁଆ ଥାନା ଅଧିକାରୀ ଲକ୍ଷ୍ମଣ କୁମାର ନାୟକ ଓ ଜମ୍ଭୀରା ଫାଣ୍ଡି ଅଧିକାରୀ ସତ୍ୟରଞ୍ଜନ ଭୂୟାଁ ଯୋଗଦେଇ ସାଇବର ଠକ ମାନଙ୍କ ଠାରୁ କିପରି ନିଜକୁ ସୁରକ୍ଷିତ ରଖିବେ, ଅଜଣା ଲିଙ୍କରେ କ୍ଲିକ ନ କରିବା, ସୋସିଆଲ ମିଡ଼ିଆ ଆପରେ ଷ୍ଟ୍ରଙ୍ଗ ପାସୱାର୍ଡ ରଖିବା, ଅଜଣା ବ୍ୟକ୍ତିଙ୍କୁ ଓ ଟି ପି ନଦେବା ଉପରେ ଆଲୋକପାତ କରିଥିଲେ I ସାଇବର ଠକଙ୍କ ଦ୍ୱାରା ଶିକାର ହେଲେ ଟୋଲ ଫ୍ରି ନମ୍ବର ୧୯୩୦ ରେ ଫୋନକରି ଜଣାଇବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ I ତତସହିତ ବାଲ୍ୟ ବିବାହ ଆଇନ ଓ ସଡ଼କ ସୁରକ୍ଷା ସଚେତନତା ଉପରେ ଆଲୋଚନା କରିବା ସହ ଗୁଣିଗାରିଡି, ଡାହାଣୀ ଆଦି ଅନ୍ଧବିଶ୍ୱାସ ଠାରୁ ଦୁରେଇ ରହିବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ I ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ଗ୍ରାମରକ୍ଷୀ ତଥା ବିଶିଷ୍ଟ ସାହିତ୍ୟକାର ଅଜମ୍ବର ପୃଷ୍ଟି, ପୋଲିସ କନଷ୍ଟେବଳ ସୁନ୍ଦର ମାଝୀ, ବୀରେନ୍ଦ୍ର ହେମ୍ବ୍ରମ, କୃଷ୍ଣଚନ୍ଦ୍ର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ I ଶିକ୍ଷୟତ୍ରୀ ଇପ୍ସିତା କର୍ମକାର, ଜ୍ୟୋତ୍ସ୍ନାମୟୀ ପରିଡା, ଦୀପାଲୀ ବିନ୍ଧାଣି, ପାର୍ବତୀ ହାଁସଦା, ଶିକ୍ଷକ ସୁରେଶ ଚନ୍ଦ୍ର ମହାନ୍ତ, ରାଧାକାନ୍ତ ବେହେରା, ଶମ୍ଭୁନାଥ ବେହେରା, ଅବିନାଶ ସେନାପତି, ସୁଶାନ୍ତ କୁମାର ଧଳ, ନୀଳାଚଳ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ଶେଷରେ ବରିଷ୍ଠ ଶିକ୍ଷକ ରାଜେଶ ଶୁଭଙ୍କର ଧନ୍ୟବାଦ ଅର୍ପଣ କରିଥିଲେ I