ଚୈତ୍ର ପର୍ବ ଉପଲକ୍ଷେ ଜିଲ୍ଲାସ୍ତରୀୟ ଗ୍ରାମୀଣ ଛଉ ନୃତ୍ୟ ପ୍ରତିଯୋଗିତା: ଵାଦଡା ଛଉ ନୃତ୍ୟ ପ୍ରତିଷ୍ଠାନ ପ୍ରଥମ

ରାଜ୍ୟ
ବାରିପଦା : ବାରିପଦା ଛଉ ପଡ଼ିଆରେ ଚୈତ୍ର ପର୍ବ ଉପଲକ୍ଷେ ୧୧ ତାରିଖରେ ଜିଲ୍ଲାସ୍ତରୀୟ ଗ୍ରାମୀଣ ଛଉ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ବ୍ଳକର ବାବା ଛଉ ନୃତ୍ୟ ପ୍ରତିଷ୍ଠାନର କଳାକାର‌ମାନେ ଛଉ ନୃତ୍ୟ ପରିବେଷଣ କରି ହଜାର‌ହଜାର ଦର୍ଶକଙ୍କ ମନ କିଣିବା ସହ ପ୍ରତିଯୋଗିତାରେ ପ୍ରଥମ ହୋଇ ୧୦ ହଜାର ଟଙ୍କା ପୁରସ୍କାର ଲାଭ କରିଛନ୍ତି ।ସେହିଭଳି ଦ୍ଵିତୀୟ ସ୍ଥାନ ଦଖଲ କରିଛନ୍ତି ବାରିପଦାର  ଦାନ୍ତିଆମୁହାଁର  ବଡଯାମଵଣି ଛଉ ନୃତ୍ୟ ପ୍ରତିଷ୍ଠାନ ଏବଂ ୭୦୦୦ ହଜାର ଟଙ୍କା ପୁରସ୍କାର ଲାଭ କରିଛନ୍ତି   ।
ସେହିଭଳି ତୃତୀୟ ସ୍ଥାନ ଵହଳଦା ବ୍ଳକର ଅଁଳାଯୋଡି ଗ୍ରାମର ଵାମନପାଳ ଛଉ ନୃତ୍ୟ ପ୍ରତିଷ୍ଠାନ ୫୦୦୦ ଟଙ୍କା ପୁରସ୍କାର ଲାଭ  କରିଛନ୍ତି ।ଵାଦଡା ଛଉ ନୂତ୍ଯ ପ୍ରତିଷ୍ଠାନର ଦେଶ ଗୁନିଆ  ଶ୍ରେଷ୍ଠ ପୁରୁଷ  କଳାକାର ଭାବେ ୩୦୦୦ ଟଙ୍କା ପୁରସ୍କୃତ ହୋଇଛନ୍ତି ଏବଂ ଵାଦଡା ଛଉ ନୃତ୍ୟ ପ୍ରତିଷ୍ଠାନର  ଶ୍ରେଷ୍ଠ ମହିଳା କଳାକାର  ଅର୍ଜନ କରି ୩୦୦୦ ଟଙ୍କା ପୁରସ୍କାର ଲାଭ କରିଛନ୍ତି । ପ୍ରତିଯୋଗିତାରେ  ସମସ୍ତ କୃତି  କଳାକାରମାନଙ୍କୁ ବିଶିଷ୍ଟ ଛଉଗୁରୁ ରାଜକୁମାର ମହାନ୍ତିଏବଂ ବିଭୁତି ଭୂଷଣ ମହାନ୍ତ ବନାଇ ଜଣାଇଛନ୍ତି ।ଦିର୍ଘ ୫ ବର୍ଷପରେ ଵାମନଘାଟି ଛଉ କଳାକାରମାନେ ବହୁ ପରିଶ୍ରମ କରି ଜିଲ୍ଲାସ୍ତରରେ ପ୍ରଥମ ଓ ତୃତୀୟ ସ୍ଥାନ ଦଖଲ କରିଥିବାରୁଵାମନଘାଟୀ ଛଉ କଳାକାର ମାନଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି ।