ବାରିପଦା : ଆଜି ମୟୂରଭଞ୍ଜ ଜିଲ୍ଲା ର ଅଗ୍ରଣୀ କଳା ଶିକ୍ଷା ଅନୁଷ୍ଠାନ ସୂର ସଂଗୀତ କଳା କେନ୍ଦ୍ର ର ବାର୍ଷିକ ପରିକ୍ଷା ସଂଗୀତ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କଳା କେନ୍ଦ୍ର ରେ ତାଲିମପ୍ରାପ୍ତ ପ୍ରଶିକ୍ଷଣ ଶିକ୍ଷକ ମାନଙ୍କ ଦ୍ବାରା ଭାରତୀୟ ଶାସ୍ତ୍ରୀୟ ସଂଗୀତ , ଓଡିଶୀ ସଂଗୀତ, ଓଡିଶୀ ନୃତ୍ଯ, ହିନ୍ଦୁସ୍ଥାନ ତବଲା ଏବଂ ଯନ୍ତ୍ର ବାଦ୍ଯର ଛାତ୍ର ଛାତ୍ରୀଙ୍କୁ ତାଲିମ ପ୍ରଦାନ କରାଜଉଅଛି । ଏହା ବ୍ୟତୀତ ଉଚ୍ଚାଙ୍ଗ ଘାରାନା ହିନ୍ଦୁସ୍ଥାନୀ ସଂଗୀତ ଉପରେ ଶିକ୍ଷାଦାନ କରାଯାଇଥାଏ । ତେବେ ଚଳିତବର୍ଷ ବାମନଘାଟି ଉପଖଣ୍ଡ ର ରାଇରଙ୍ଗପୁର, ବହଳଦା ଓ ବଲାଣୀ କଳା କେନ୍ଦ୍ର ର ମୋଟ ୧୫୭ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ବିଭାଗ ରେ ଦୁଇ ଦିନ ଧରି ପରିକ୍ଷା ଦେଇଥିଲେ ।
ଏହି ସଂଗୀତ ପରିକ୍ଷା ସୂର ସଂଗୀତ କଳା କେନ୍ଦ୍ର ପ୍ରତିଷ୍ଠାତା ତଥା ସଂଗୀତ ଗୁର ଉଜ୍ଜ୍ଵଳ କୁମାର ବସା ଙ୍କ ମାର୍ଗଦର୍ଶନ ରେ ଅନୁଷ୍ଠିତ ହୋଇଥିଲା । ପରିକ୍ଷକ ଭାବେ ହରିହର ସଂଗୀତ ମହାବିଦ୍ୟାଳୟ ଖଳିପଦା ଧାମନଗର ର ସଂଗୀତ ଗୁରୁ ହେମନ୍ତ ପୃଷ୍ଟି ଙ୍କ ଦ୍ବାରା ସଂଗୀତର ପ୍ରାକ୍ଟିକାଲ ପରିକ୍ଷା ଗ୍ରହଣ କରିଥିଲେ । ତବଲା ବାଦନ ସଙ୍ଗତରେ ଗୁରୁ ବିରଜା ବେହେରା, କାହ୍ନୁ ନାଏକ ଓ ଧ୍ରୁବଚରଣ ପାତ୍ର ପ୍ରମୁଖ ତବଲା ସଂଗତ ରେ ସାହାଯ୍ଯ କରିଥିଲେ । ପରିକ୍ଷା କେନ୍ଦ୍ର କୁ ପରିଚାଳନା କରିଥିଲେ ନୃତ୍ଯ ଗୁରୁ ମେଘନାଦ ସାହା ସଂଗୀତ ଗୁରୁ ନଗେନ୍ଦ୍ର ସି ଓ ସଂଗୀତ ବସା ସହଯୋଗ କରିଥିଲେ ।
