କାକବନ୍ଧ ଆଶ୍ରମ ବିଦ୍ୟାଳୟରେ ଖାଦ୍ୟ ଖାଇ ଶତାଧିକ ଛାତ୍ର ଛାତ୍ରୀ ଅସୁସ୍ଥ

ରାଜ୍ୟ

ବାରିପଦା : ଖାଦ୍ୟରେ ତ୍ରୁଟି ଯୋଗୁଁ ଶତାଧିକ ଛାତ୍ର ଛାତ୍ରୀ ଅସୁସ୍ଥ l ଏହିଭଳି ଏକ ଘଟଣା ଆଜି ଘଟିଅଛି ମୟୁରଭଞ୍ଜ ଜିଲ୍ଲା ରସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ କାକବନ୍ଧ ଆଶ୍ରମ ବିଦ୍ୟାଳୟରେ l ଉକ୍ତ ବିଦ୍ୟାଳୟ ର ହଷ୍ଟେଲ ରେ ମୋଟ 290 ଜଣ ଛାତ୍ର ଛାତ୍ରୀ ରୁହନ୍ତି l ଆଜି ସକାଳୁ ପିଲାମାନଙ୍କୁ ଜଳଖିଆ ଦେବା ପରିଵର୍ତ୍ତେ ସେମାନଙ୍କୁ ପଖାଳ, ଆଳୁସିଝା ଏବଂ ଭଜା ଖାଇବାକୁ ଦିଆଯାଇଥିଲା l ଖାଇବାର କିଛି ସମୟ ପରେ ହଠାତ ପିଲାମାନଙ୍କର ପେଟବଥା ସାଙ୍ଗକୁ ଗୋଡ଼ହାତ ବିନ୍ଧା ଆରମ୍ଭ ହୋଇଥିଲା l ହଷ୍ଟେଲ ସୁପରିଟେଣ୍ଡେଣ୍ଟ ଏ କଥା ଜାଣିବା ପରେ ପ୍ରଥମେ ଏହାକୁ ଅଧିକ ଗୁରୁତ୍ୱ ଦେଇନଥିଲେ l ପରେ ପରେ ଅଧିକ ରୁ ଅଧିକ ପିଲା ଅସୁସ୍ଥ ହେବାରୁ ସେମାନଙ୍କୁ  ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ରାସଗୋବିନ୍ଦପୁର ଡାକ୍ତରଖାନାକୁ ଅଣାଯାଇଥିଲା l ଏହିପରି ଦିନ ତମାମ ଅଧିକ ରୁ ଅଧିକ ପିଲା ଅସୁସ୍ଥ ହୋଇଥିଲେ l  ତେବେ ଖବର ନେବାରୁ ଜଣାପଡିଅଛି ଯେ ପାଖାପାଖି 120 ରୁ 130 ଜଣ ଛାତ୍ର ଛାତ୍ରୀ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି l ଖବର ପାଇ ଅବିଭାବକମାନେ ହସପିଟାଲରେ ପହଁଞ୍ଚିଥିଲେ l ଏହି ଘଟଣା କୁ ନେଇ ଅବିଭାବକ ମହଲରେ ଉତ୍ତେଜନା ଦେଖାଦେଇଅଛି l