ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଚେଷ୍ଟାରେ କେନ୍ଦୁଝର ସଦର ଅନ୍ତର୍ଗତ ବୋଦାପାଳସା ଗ୍ରାମପଂଚାୟତ ପାଇଲା ନୂତନ ପରିଚୟ। ବହୁଦିନୁ ଏହି ଅଞ୍ଚଳ ସମେତ ଆଖପାଖ ପାଞ୍ଚଟି ପଂଚାୟତର ଲୋକଙ୍କ ଆଶା ଥିବା ଅରଡେଇ ନାଳ ଉପରେ ନିର୍ମାଣ ହୋଇଥିବା ପୋଲକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଉଦଘାଟନ କରି ଏହାକୁ ଜନସାଧାରଣଙ୍କୁ ଉତ୍ସର୍ଗୀକୃତ କରିଛନ୍ତି।
ଉକ୍ତ ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡଃ ଫକୀର ମୋହନ ନାଏକ, ପାଟଣା ବିଧାୟକ ଶ୍ରୀ ଅଖିଳ ନାଏକ ଓ ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।
