IMG 20260408 WA0186

ଆଧାର କାର୍ଡରେ ତ୍ରୁଟି ଯୋଗୁଁ ବିଦ୍ୟାଳୟରେ ହୋଇପାରୁନି ନାମ ଲେଖା

ରାଜ୍ୟ
ବାରିପଦା :  ଆଧାର କାର୍ଡରେ ତ୍ରୁଟି ଯୋଗୁଁ ବାଧକ ଶିକ୍ଷା l ଆଧାର କାର୍ଡ ରେ ଥିବା ଭୁଲ ନାମ ଯୋଗୁଁ, ହୋଇପାରୁନାହିଁ ବିଦ୍ୟାଳୟରେ ନାମ ଲେଖା l ଚିନ୍ତାରେ ଅଭିଭାବକ l ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଳକ ଅନ୍ତର୍ଗତ ଛଣପାଳ ଗ୍ରାମରେ l ସୂଚନା ମୁତାବକ ଛଣପାଳ ଗ୍ରାମର  ସୁଜିତ ସିଂ(ପିତା) ଏବଂ ବୁଦୁନୀ ସିଂ(ମାତା) ଙ୍କ ପୁତ୍ର ଅଙ୍କୁଶ ସିଂ l ଜନ୍ମ ତା – ୧୮  ଫେବୃୟାରୀ ୨୦୨୧ ଅନୁସାରେ ବୟସ ପାଞ୍ଚ ବର୍ଷ l
ଭୁଲ ବଶତଃ ଆଧାର କାର୍ଡରେ ଅଙ୍କୁଶ ସିଂ ନାମ  ବଦଳରେ ସୁଜିତ୍ ସିଂ ନାମ ଥିବାରୁ, ବିଦ୍ୟାଳୟରେ ନାମ ଲେଖାଇବା ସମୟରେ ବାଧକ ସୃଷ୍ଟି ହେଉଥିବା ପରିଲକ୍ଷିତ ହୋଇଅଛି l ଯାହାଫଳରେ ଅଭିଭାବକଙ୍କ ସ୍ତରରେ ଏହା ଏକ ଚିନ୍ତାର ବିଷୟ ପାଲଟିଛି l ତେବେ ଏନେଇ ଅଭିଭାବକ ଆଧାର କାର୍ଡ କେନ୍ଦ୍ରର ଦ୍ୱାରସ୍ଥ ହୋଇ, ତ୍ରୁଟି ରହିଥିବା ବିଷୟକୁ ସଂଶୋଧନ ନିମନ୍ତେ ଗୁହାରି କରିଛନ୍ତି l ଯଦ୍ଵାରା ସଠିକ୍ ସମୟରେ ବିଦ୍ୟାଳୟରେ ପିଲାଟିର ନାମଲେଖା ହେଲେ, ଉଜ୍ଜଳ ଭବିଷ୍ୟତ ଦିଗରେ ସହାୟକ ହୋଇପାରିବ l