ଗୋମାଫିଆଙ୍କ ଘରୁ ପୁଳା ପୁଳା ଟଙ୍କା ସମେତ ସୁନା ଗହଣା ଜବତ

ରାଜ୍ୟ

ବାରିପଦା  :  ଆଜି ମୟୁରଭଞ୍ଜ ଜିଲ୍ଲା ଏସ ପି ଙ୍କ ନିର୍ଦେଶ କ୍ରମେ ଜିଲ୍ଲାର ବାରିପଦା, ବୈଶିଙ୍ଗା, ସାରସକଣା, ବାଙ୍ଗରିପୋଷୀ, ବାଦାମପାହାଡ଼ ଏବଂ ରାଇରଙ୍ଗପୁର ଆଦି ଥାନା ଅଞ୍ଚଳରେ ଗୋମାଫିଆ ଙ୍କ ଘରେ ପୋଲିସ ପକ୍ଷରୁ ରେଡ଼ କରାଯାଇଅଛି | ଏହି ରେଡରେ ଚାରିଜଣ ଅତିରିକ୍ତ ଏସପି ଙ୍କ ସମେତ ପନ୍ଦର ଜଣ ଇନ୍ସପେକ୍ଟର, ତିରିଶ ଜଣ ସବ ଇବସପେକ୍ଟର ଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ସାମିଲ ଅଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ଉପରୋକ୍ତ ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଗୋ ମାଫିଆ ମାନଙ୍କ ଘରେ ରେଡ କରାଯାଇ ପାଖା ପାଖି କୋଡିଏ ଲକ୍ଷ ରୁ ଊର୍ଧ୍ଵ ଟଙ୍କା ସମେତ ଦଶ ଲକ୍ଷ ରୁ ଊର୍ଧ୍ଵ ସୁନା ଗହଣା ଏବଂ ଚାରି ଚକିଆ ଓ ଦୁଇ ଚକିଆ ଯାନ ପୋଲିସ ପକ୍ଷରୁ ଜବତ କରାଯାଇଅଛି |

ସବୁଠାରୁ ଅଧିକ ରାଇରଙ୍ଗପୁର ଏବଂ ବାଦାମପାହାଡ଼ ଥାନା ଅଞ୍ଚଳରେ ଜବତ କରାଯାଇଅଛି | ତେବେ ଏହି ରେଡ ଜାରିରହିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଅଛି l  ମୟୁରଭଞ୍ଜ ଜିଲାରେ ଗୋ ମାଫିଆମାନେ ଗୋଚାଲାଣ କରି ମୋଟା ଅଙ୍କର ଟଙ୍କା ରୋଜଗାର କରୁଥିବାର ସବୁବେଳେ ଅଭିଯୋଗ ହେଉଅଛି l ଅନେକ ସମୟରେ ଗାଡ଼ିରେ ବେଆଇନ ଗୋଚାଲାଣ କରି ପୋଲିସ ହାତରେ ଧରା ବି ମଧ୍ଯ ପଡିଛିନ୍ତି l ବିଶେଶ କରି ରାଇରଙ୍ଗପୁର ଏବଂ ବାଦାମପାହାଡ଼ ର ବିଭିନ୍ନ ହାଟ ମାନଙ୍କରେ ଗୋରୁ ମାଂସ ବିକ୍ରୀ କରୁଥିବାରୁ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ମଧ୍ଯ ଅନେକ ସମୟରେ ଦେଖିବାକୁ ମିଳିଅଛି |