44

ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ, ମୟୁରଭଞ୍ଜ ଶାଖାର ପ୍ରଥମ  ବାର୍ଷିକ ବୈଠକ ଅନୁଷ୍ଠିତ 

ରାଜ୍ୟ
ବାରିପଦା  :  ସ୍ଥାନୀୟ ଜୁବୁଲି ଲାଇବ୍ରେରୀ ସମ୍ମିଳନୀ କକ୍ଷରେ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ, ମୟୁରଭଞ୍ଜ ଶାଖାର ପ୍ରଥମ  ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ଜିଲ୍ଲା ସଭାପତି ସୁଭାଶିଷ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ପାଦକ ଅଜୟ କୁମାର ନାୟକ ଏକ ବର୍ଷ ମଧ୍ୟରେ ସଂଘର କାର୍ଯ୍ୟକଳାପ ଉପରେ ବିବରଣୀ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜସେବୀ ସୋମନାଥ ସିଂହ ରାଷ୍ଟ୍ର ଗଠନରେ ମିଡ଼ିଆର ଭୂମିକା ଉପରେ ଆଲୋକପାତ କରିବା ସହ ଜଣେ ନିର୍ଭିକ ଓ ସଚ୍ଚୋଟ ସାମ୍ବାଦିକ ଭାବେ ଗରିବ ନିଃସହାୟଙ୍କ ସ୍ୱରକୁ ସରକାରଙ୍କ ଆଗରେ ଉତ୍ଥାପନ କରି ସେମାନଙ୍କର ସମସ୍ୟାର ସମାଧାନ ପାଇଁ ପ୍ରଚେଷ୍ଟା ଜାରି ରଖିବାକୁ ଆହ୍ୱାନ ଦେଇଥିଲେ ।
ରାଜ୍ୟ ଉପାଧ୍ୟକ୍ଷ ଦେବାଶିଷ ଶତପଥି ସାମ୍ବାଦିକ ମାନଙ୍କର ସୁରକ୍ଷା ସହ ସମସ୍ତ ସରକାରୀ ସୁବିଧା ସୁଯୋଗ ପାଇବାପାଇଁ ରାଜ୍ୟ ସଙ୍ଘ ସଂଗ୍ରାମ ଜାରି ରଖିଛି ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରଶାନ୍ତ କୁମାର ଆଚାର୍ଯ୍ୟ, ହେଲପିଂ ହେଣ୍ଡ ସେବା ସଂସ୍ଥାର ପ୍ରତିଷ୍ଠାତା ଅଶୋକ କୁମାର ବେହେରା ତଥା ରାଜ୍ୟ କାଉନସିଲ ସଭ୍ୟ ଜିତେନ୍ଦ୍ର ରାଜ ଓ ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ଦିନେଶ ସାହୁ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକ ମାନେ ସଂଘବଦ୍ଧ ହୋଇ କାର୍ଯ୍ୟକଲେ ନିର୍ଭିକ ଭାବରେ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବାରେ ସହାୟକ ହୋଇପାରିବେ ବୋଲି ମତପୋଷଣ କରିଥିଲେ । ମୋନାଲିସା ସାହୁ, ଶିବାନନ୍ଦ ବାଗ, ଅଜିତ କୁମାର ମହାରଣା ଓ ଶଶୀକାନ୍ତ ବାରିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଉକ୍ତ ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ତିରିଶି ଜଣରୁ ଅଧିକ ସାମ୍ବାଦିକ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।