ବାରିପଦା : ମୂର୍ଗାବାଡି ସ୍ଥିତ ସାଇ କଳା ଏକାଡେମୀର ୨୧ତମ ବାର୍ଷିକ ଉତ୍ସବ ଓ ଚିତ୍ର କଳା ପ୍ରଦର୍ଶନୀ ସ୍ଥାନୀୟ ସହୀଦ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି I ଏକାଡେମୀ ର ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ରାଜିକିଶୋର ମହାନ୍ତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାରିପଦା ଉପ ଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡା, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ଚୌଧୁରୀ, ସ୍ବତନ୍ତ୍ର ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଗୌତମ ପାତ୍ର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଓକିଲ ସଂଘର ସଭାପତି ପ୍ରବୀର କୁମାର ବସା ଏବଂ ରାଜ୍ୟ ବି ଜେ ପି ର କାର୍ଯ୍ୟକାରୀ ସଦସ୍ୟ ଜୀବନ କୁମାର ସାହୁ ପ୍ରମୁଖ ଯୋଗଦେଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ I ଅନୁଷ୍ଠାନର କର୍ମକର୍ତ୍ତା ହରେନ୍ଦ୍ର ମହାନ୍ତ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟକ୍ଷ ରାଜକିଶୋର ମହାନ୍ତ ବାର୍ଷିକ ବିବରଣୀ ପାଠ କରିଥିଲେ I ଉକ୍ତ ସଭାରେ ଅବସରପ୍ରାପ୍ତ ଶିକ୍ଷକ ଭାରତୀ ଭୂଷଣ ନାୟକ, ସମାଜସେବୀ ଶରତ ଚନ୍ଦ୍ର ନାୟକ, ବରିଷ୍ଠ ସାମ୍ବାଦିକ ଦୀପକ କୁମାର ନାୟକ, ନୃତ୍ୟ ଗୁରୁ ଦେବାନନ୍ଦ ପାତ୍ର, ରାଷ୍ଟ୍ରପତି ପୁରସ୍କାର ପାଇଥିବା ସାଇ କଳା ଏକାଡେମୀର ଛାତ୍ରୀ ସୁଦୀକ୍ଷା ମଣ୍ଡଳ, ତଥା ଶ୍ରେୟାଂଶୁ ବେହେରା, ଜ୍ୟୋତିର୍ମୟ ଦାସ ଏବଂ ଶ୍ରେୟାଂଶି ପାତ୍ରଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା I ଶ୍ରେଷ୍ଠ ଛାତ୍ରଛାତ୍ରୀ ଭାବେ ସିନିୟର ବର୍ଗରେ ଏମ ସାଇ ଜ୍ୟୋତି, ଏମ ସାଇ ପ୍ରୀତି, ଶ୍ରେୟଂଶୁ ବେହେରା, ଏବଂ ନାଵ୍ୟାସା ବେରା, କ୍ରିଷ୍ଣା ଓମୟାସା, ଆଲିଆ ଡୁଙ୍ଗ ଡୁଙ୍ଗ ତଥା ସବ ଜୁନିୟର ବର୍ଗରେ ରିୟାଂଶ ପାତ୍ର, ନତାଶା ଚେଲ, ଅନିମେଷ ସାହୁ, ଆୟୁଷ କୁମାର ପାତ୍ର ଓ ସାଇ ଶତପଥି ପୁରସ୍କୃତ ହୋଇଥିଲେ I ସକାଳେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଚିତ୍ରକଳା ପ୍ରତିଯୋଗିତାରେ ୨୮୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ I କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ ବନପ୍ରଭା ମହାନ୍ତ, ଅପର୍ଣ୍ଣା ପାତ୍ର, ଐସର୍ୟା ବୁଲବୁଲ, ସୁଭ୍ରା ମହାନ୍ତି, ରବୀନ୍ଦ୍ର କୁମାର ଦାଶ ତଥା ଅନ୍ୟାନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ I କୁନିକୁନି କଳାକାର ମାନଙ୍କ ଦ୍ବାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯକ୍ରମ ପରିବେଷିତ ହୋଇଥିଲା I
