Photo for the news of asa school jiba

‘ଆସ ସ୍କୁଲ ଯିବା’ ସଚେତନତା ଅଭିଯାନ

ରାଜ୍ୟ

ଆଗରପଡ଼ା: ବନ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ନରାଜପୁର କ୍ଲଷ୍ଟର ଅନ୍ତର୍ଗତ କୁଆଁଶମଢିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆସ ସ୍କୁଲ ଯିବା ସଚେତନତା ଅଭିଯାନ ଓ ଶିକ୍ଷା ସଭା ଅନୁଷ୍ଠିତ ହୋଇଯାଇଛି । ସିଆରସିସି ପ୍ରଦୀପ ପଲାଇଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଡ଼ମହିଁଷଗୋଠ ପଂଚାୟତ ସରପଂଚ ବିନୋଦିନୀ ମହାନ୍ତି ଯୋଗଦେଇ ଉକ୍ତ ସଭାକୁ ଉଦ୍‌ଘାଟନ କରିଥିବା ବେଳେ କୁଆଁଶମଢିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ମହାନ୍ତି,ଟିକିରା ଉନ୍ନିତ ବିଦ୍ୟାଳୟ ପ୍ରଧାନଶିକ୍ଷକ ଅମରେନ୍ଦ୍ର ଦାଶ,ନରାଜପୁର ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ସରୋଜ ଜେନା,ବଡ଼ମହିଁଷଗୋଠ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶରତ ଦାସ,ଯଶୋବନ୍ତପୁର ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ସତ୍ୟଭାମା ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ସିଆରସିସି ଉପସ୍ଥିତ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସିଟିଏସ୍ ସର୍ଭେୟର ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଅବଗତ କରିଥିଲେ । ଅଧାରୁ ପାଠ ପଢ଼ା ଛାଡିଥିବା ଓ ଆଦୌ ବିଦ୍ୟାଳୟ ଆସିନଥିବା ସମସ୍ତ ପିଲାଙ୍କୁ ସ୍କୁଲରେ ନାମ ଲେଖାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଆସ ସ୍କୁଲ୍ ଯିବା ଅଭିଯାନର ମୁଖ୍ୟ ଲକ୍ଷ୍ୟକୁ ସଫଳ କରିବାକୁ ସମସ୍ତେ ବଦ୍ଧ ପରିକର ହୋଇଥିଲେ । ପରେ ବିଭିନ୍ନ ଗ୍ରାମକୁ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକଙ୍କ ସହିତ ଘରକୁ ଘର ଯାଇ ଅଧାରୁ ପାଠ ପଢ଼ା ଛାଡିଥିବା ପିଲାଙ୍କୁ ସ୍କୁଲରେ ନାମ ଲେଖାଇ ନିମନ୍ତେ ସଚେତନ କରାଯାଇଥିଲା ।